ରାଜ୍ୟଗୋଷ୍ଠୀ କ୍ରୀଡ଼ା: ମିଶ୍ରିତ ବ୍ୟାଡମିଣ୍ଟନ୍‌ରୁ ରୌପ୍ୟ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମିଶ୍ରିତ ଦଳଗତ ବ୍ୟାଡମିଣ୍ଟନରୁ ଭାରତ ରୌପ୍ୟ ପଦକ ଜିତିଛି। ଫାଇନାଲ୍‌ରେ ମାଲେସିଆ ନିକଟରୁ ଭାରତ ୧-୩ରେ ହାରିଯାଇଥିଲା। ପୁରୁଷ ଯୁଗଳରେ ସାତ୍ତ୍ବିକ ସାଇରାଜ ରାଙ୍କୀରେଡ୍ଡୀ-ଚିରାଗ ସେଟ୍ଟୀ, ପୁରୁଷ ଏକକରେ କିଦାମ୍ବି ଶ୍ରୀକାନ୍ତ, ମହିଳା ଯୁଗଳରେ ଗାୟତ୍ରୀ ଗୋପୀଚାନ୍ଦ-ଜଲି ତ୍ରୀଶା ନିଜ ନିଜ ମୁକାବିଲା ହାରିଯାଇଥିଲେ। କେବଳ ମହିଳା ଏକକରେ ପିଭି ସିନ୍ଧୁ ୨-୦ରେ ଜିନ୍‌ ୱି ଗୋଙ୍କୁ ପରାସ୍ତ କରିଥିଲେ। ଅପରାଜିତ ଅଗ୍ରଣୀ ନେଇଯିବାରୁ ମିଶ୍ରିତ ଯୁଗଳ ମୁକାବିଲା ଖେଳାଯାଇନଥିଲା। ମାଲେସିଆ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ଇଂଲଣ୍ଡକୁ ୩-୦ରେ ହରାଇ ସିଙ୍ଗାପୁର କାଂସ୍ୟ ପଦକ ଜିତିଥିଲା। ଭାରୋତ୍ତୋଳନ, ଜୁଡ଼ୋ, ଲନ୍ ବଲ୍‌ ପରେ ଚତୁର୍ଥ ଖେଳ ଭାବେ ବ୍ୟାଡମିଣ୍ଟନ୍‌ରୁ ଭାରତ ପଦକ ଖାତା ଖୋଲିଛି।

ସମ୍ବନ୍ଧିତ ଖବର