ରାଜ୍ୟ ମାନ୍ୟତା ବ୍ୟାଡ୍‌ମିଣ୍ଟନ୍‌: ସ୍ବାଧୀନ, ଶ୍ରୁତି ବିଜେତା

ଅବିନାଶଙ୍କୁ ଦ୍ବିମୁକୁଟ

ଭୁବନେଶ୍ବର: କିଟ୍‌ ବିଶ୍ବବିଦ୍ୟାଳୟ ପରିସରରେ ରବିବାର ନିଖିଳ ଓଡ଼ିଶା ବରିଷ୍ଠ ରାଜ୍ୟ ମାନ୍ୟତା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ସ୍ବାଧୀନ ଗୌଡ଼ ଓ ଶ୍ରୁତି ସ୍ବାଇଁ ଯଥାକ୍ରମେ ପୁରୁଷ ଓ ମହିଳା ଏକକ ଟ୍ରଫି ବିଜେତା ହୋଇଛନ୍ତି। ଫାଇନାଲ୍‌ରେ ସ୍ବାଧୀନ ୧୭-୨୧, ୨୧-୯, ୨୧-୧୩ରେ ବିକ୍ରାନ୍ତ ଜାନିଙ୍କୁ ଏବଂ ଶ୍ରୁତି ୨୨-୨୦, ୨୧-୧୫ରେ ହର୍ଷିତା ରାଉତଙ୍କୁ ପରାସ୍ତ କରିଥିଲେ। ପୁରୁଷ ଯୁଗଳ ଫାଇନାଲ୍‌ରେ ଅବିନାଶ ମହାନ୍ତି-ଆୟୂଷ ପଟ୍ଟନାୟକ ଯୋଡି ୧୭-୨୧, ୨୧-୧୫, ୨୧-୧୯ରେ ଅଭିଜିତ ମହାରଣା-ଅମ୍ରିତ ମହାନ୍ତିଙ୍କୁ ପରାସ୍ତ କରି ବିଜେତା ହୋଇଥିଲେ। ମିଶ୍ରିତ ଯୁଗଳ ଫାଇନାଲ୍‌ରେ ଅବିନାଶ ମହାନ୍ତି-ଅନୁଜା ଦାଶ ମହାପାତ୍ର ୨୧-୧୭, ୨୧-୧୮ରେ ଆୟୂଷ ପଟ୍ଟନାୟକ-ପୂର୍ବା ପ୍ରତ୍ୟାଶା ପଣ୍ଡାଙ୍କୁ ପରାସ୍ତ କରିଥିଲେ। ଫଳରେ ଅବିନାଶ ଦ୍ବିମୁକୁଟ ଅର୍ଜନ କରିଥିଲେ। ମହିଳା ଯୁଗଳ ଫାଇନାଲ୍‌ରେ ପ୍ରଗତି ପରିଡ଼ା-ବିଶାଖା ଟପ୍ପୋ ଯୋଡ଼ି ୨୧-୯, ୨୧-୬ରେ ଡିଗ୍‌ଚା ଏକ୍କା-ଲିଜୁନ୍ ସ୍ବାଇଁଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର