ଅଗଷ୍ଟରେ ରାଜ୍ୟ ଉପକନିଷ୍ଠ ବାସ୍କେଟ୍‌ବଲ୍‌

ଭୁବନେଶ୍ବର: ଓଡ଼ିଶା ବାସ୍କେଟ୍‌ବଲ୍‌ ସଂଘ ଦ୍ବାରା ଆୟୋଜିତ ରାଜ୍ୟ ଉପକନିଷ୍ଠ ବାସ୍କେଟ୍‌ବଲ୍‌ ପ୍ରତିଯୋଗିତା (ଉଭୟ ବାଳକ ଓ ବାଳିକା) ଅଗଷ୍ଟ ୧ରୁ ୪ ତାରିଖ ପର୍ଯ୍ୟନ୍ତ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ୨୦୦୬ ଜାନୁଆରି ୧ ତାରିଖ ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ଖେଳାଳିମାନେ ହିଁ ଏଥିରେ ଅଂଶ ଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହେବେ। ଏହି ପ୍ରତିଯୋଗିତାରେ ଭାଗନେବା ପାଇଁ ଖୋର୍ଧା ଓ ଭୁବନେଶ୍ବର ସଂଘ ତା’ର ଦଳ ବାଛିବା ନିମନ୍ତେ ଚଳିତ ମାସ ୧୪ ତାରିଖରେ ମନୋନୟନ ଶିବିର ଆୟୋଜନ କରିବ। ଏହି ଶିବିର ୟୁନିଟ୍‌-୧ ବାସ୍କେଟ୍‌ବଲ୍‌ ପଡ଼ିଆରେ ଅନୁଷ୍ଠିତ ହେବ। ଏଠାରେ ସୂଚନାଯୋଗ୍ୟ, ୪୭ତମ ଜାତୀୟ ଉପକନିଷ୍ଠ ବାସ୍କେଟ୍‌ବଲ୍‌ ପ୍ରତିଯୋଗିତା ଚଳିତ ବର୍ଷ ସେପ୍ଟେମ୍ବର ୩ରୁ ୯ ତାରିଖ ପର୍ଯ୍ୟନ୍ତ କଟକର ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଆୟୋଜିତ ହେବ।

ସମ୍ବନ୍ଧିତ ଖବର