ରାଜ୍ୟ ଅସିଚାଳନା ସଂଘର ନୂତନ କର୍ମକର୍ତ୍ତା:ଅନଙ୍ଗ ଉଦୟ ସଭାପତି ଏବଂ ଦେବେଦ୍ର ସମ୍ପାଦକ

ଭୁବନେଶ୍ୱର: ରାଜ୍ୟ ଅସିଚାଳନା ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟସ୍ତରୀୟ ବୈଠକ ଗତ ୧୭ ତାରିଖ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦୀପ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ୩ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସର୍ବସମ୍ମତି କ୍ରମେ ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ସଭାପତି, ଦେବେଦ୍ର ସାହୁ ସମ୍ପାଦକ, ଟି ପ୍ରସାଦ ଦୋରା କାର୍ଯ୍ୟକାରୀ ସଭାପତି, ପ୍ରଦୀପ ପଟ୍ଟନାୟକ ଉପସଭାପତି, ସୁମିତ ରଂଜନ ପୁରୋହିତ ଓ ତପନ ସାହୁ ଯୁଗ୍ମ ସମ୍ପାଦକ, ଉପେନ୍ଦ୍ର ମହାପାତ୍ର କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ସୁକାନ୍ତ ସେଠ, କରିସ୍ମା ରାଉତ, ପାର୍ଥାସାରଥୀ ବେହେରା, ଅଭିନ୍ନସୁନ୍ଦର ରାଉତ, ଶୈଳେନ୍ଦ୍ର ସାହୁ , ପୁଲିନ ମହାପାତ୍ର, ସୁବାସ ପାତ୍ର ପ୍ରମୁଖଙ୍କୁ ମନୋନୀତ କରାଯାଇଛି । ଆଗାମୀ ଦିନରେ ଓଡିଶାର ତୃଣମୁଳସ୍ତରରୁ ଏହି କ୍ରୀଡ଼ାକୁ ଅଧିକ ବିକଶିତ ଏବଂ କ୍ରୀଡ଼ାବିତଙ୍କୁ ଆନ୍ତର୍ଜାତୀୟ ସ୍ତରକୁ କିଭଳି ନିଆଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର