ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍ କମ୍ପ୍ଲେକ୍ସରେ ଆୟୋଜିତ ୬୩ତମ ରାଜ୍ୟ ସନ୍ତରଣ ପ୍ରତିଯୋଗିତା ବୁଧବାର ଉଦ୍ଯାପିତ ହୋଇଯାଇଛି। ଭୁବନେଶ୍ବର (୯୦୩ ପଏଣ୍ଟ) ଗ୍ରୁପ୍ ବିଜେତା ଏବଂ ସମ୍ବଲପୁର (୬୯୩) ଗ୍ରୁପ୍ ଉପବିଜେତା ହୋଇଛି। ବ୍ୟକ୍ତିଗତ ପୁରୁଷରେ ଗଞ୍ଜାମର ସୁଭ୍ରାନ୍ତୋ ପାତ୍ର (୩୫ ପଏଣ୍ଟ), କନିଷ୍ଠ ବାଳକ ଗ୍ରୁପ୍-୧ରେ ଭୁବନେଶ୍ବରର ବଶିଷ୍ଟ ଅଂଶୁମାନ (୩୫ ପଏଣ୍ଟ), ଗ୍ରୁପ୍-୨ରେ ସୋମସ୍ବରୂପ ଦାଶ (୩୩ ପଏଣ୍ଟ) ଏବଂ ଗ୍ରୁପ୍-୩ ଉପକନିଷ୍ଠ ବାଳକରେ ପୁରୀର ଶିବାଂଶୁ ଶତପଥୀ (୨୮ ପଏଣ୍ଟ) ବିଜେତା ହୋଇଛନ୍ତି।
ରାଜ୍ୟ ସନ୍ତରଣ: ଭୁବନେଶ୍ବର ବିଜେତା, ସମ୍ବଲପୁର ଉପବିଜେତା
/sambad/media/post_attachments/wp-content/uploads/2023/06/65fs4654ffhfhhfhfhf.jpg)