ଭୁବନେଶ୍ବର : ୬୨ତମ ନିଖିଳ ଓଡ଼ିଶା ରାଜ୍ୟ ସନ୍ତରଣ ପ୍ରତିଯୋଗିତା (କନିଷ୍ଠ, ଉପକନିଷ୍ଠ, ବାଳକ ଓ ବାଳିକା) ଆସନ୍ତାକାଲି (ଶନିବାର)ଠାରୁ ଆରମ୍ଭ ହେବ। ୩୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାର କମ୍ପ୍ଲେକ୍ସଠାରେ ଖେଳାଯିବ। ରାଜ୍ୟ କ୍ରୀଡ଼ା ବିଭାଗ ଓ ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ ମିଳିତ ସହଯୋଗରେ ଏହା ଆୟୋଜିତ ହେବ। ଏହି ୩ ଦିନିଆ ପ୍ରତିଯୋଗିତାରେ ୨୦ ଜିଲ୍ଲାରୁ ୨୫୨ (୧୮୧ ବାଳକ ଓ ୭୧ ବାଳିକା) ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ପ୍ରାୟ ୫୦ ଅଧିକାରୀ ଏହାକୁ ପରିଚାଳନା କରିବେ। ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିବା ଖେଳାଳି ଜୁନ୍ରେ ରାଜକୋଟରେ ହେବାକୁଥିବା ଉପକନିଷ୍ଠ ଜାତୀୟ ପ୍ରତିଯୋଗିତା ଏବଂ ଜୁଲାଇରେ ଭୁବନେଶ୍ବରରେ ହେବାକୁଥିବା କନିଷ୍ଠ ଜାତୀୟ ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରିବେ ବୋଲି ସଂଘର କାର୍ଯ୍ୟକାରୀ ସଭାପତି ସୋମା ମିଶ୍ର ଏବଂ ସମ୍ପାଦକ ଗୋଲାପମଣି ମହାନ୍ତ କହିଛନ୍ତି।
ରାଜ୍ୟ ସନ୍ତରଣ ଆଜିଠୁ, ଭାଗନେବେ ୨୫୨ ପ୍ରତିଯୋଗୀ
/sambad/media/post_attachments/wp-content/uploads/2019/03/swimming-pool.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)