ଭୁବନେଶ୍ବର: ୬୨ତମ ରାଜ୍ୟ ସନ୍ତରଣ ପ୍ରତିଯୋଗିତା ଶନିବାର କଳିଙ୍ଗ ଷ୍ଟାଡିୟମ୍ସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଉଦଘାଟିତ ହୋଇଯାଇଛି। ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାର ପ୍ରଥମ ଦିନରେ ଭୁବନେଶ୍ବର, ସମ୍ବଲପୁର ପ୍ରତିଯୋଗୀମାନେ ଆଧିପତ୍ୟ ବିସ୍ତାର କରିଛନ୍ତି। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ପତାକା ଉତ୍ତୋଳନ କରି ଏହାକୁ ଉଦଘାଟନ କରିଥିଲେ। ଶ୍ରୀ ବେହେରା ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ ଓଡ଼ିଶା ସରକାର ରାଜ୍ୟରେ ସନ୍ତରଣର ବିକାଶ ଦିଗରେ ନେଉଥିବା ବିଭିନ୍ନ ପଦକ୍ଷେପ ନେଇ ବିସ୍ତୃତ ବିବରଣୀ ଦେଇଥିଲେ। ସେହିଭଳି ଜେଏସ୍ଡବ୍ଲ୍ୟୁ ସହ ମିଶି କଳିଙ୍ଗ ଷ୍ଟାଡିୟମ୍ରେ ସ୍ଥାପିତ ହେବାକୁ ଯାଉଥିବା ଆକ୍ବାଟିକ୍ ସେଣ୍ଟର ରାଜ୍ୟରୁ ଅଧିକରୁ ଅଧିକ ସନ୍ତରଣ ତାରକା ସୃଷ୍ଟିରେ ସହାୟକ ହେବ ବୋଲି ଆଶାପ୍ରକାଶ କରିଥିଲେ। ଏହି ଅବସରରେ ଓଡ଼ିଶା ସନ୍ତରଣ ସଂଘର କାର୍ଯ୍ୟକାରୀ ସଭାପତି ସୋମା ମିଶ୍ର, କ୍ରୀଡ଼ା ନିର୍ଦ୍ଦେଶକ ଆର ଭିନିଲକ୍ରିଷ୍ଣା ତଥା କ୍ରୀଡ଼ା ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଆକ୍ବାଟିକ୍ ସେଣ୍ଟର କାର୍ଯ୍ୟକ୍ଷମ ହେବା ପରେ ଓଡ଼ିଶାରୁ ମଧ୍ୟ ସନ୍ତରଣରେ ଅଲିମ୍ପିଆନ୍ ସୃଷ୍ଟି ହୋଇପାରିବେ ବୋଲି କ୍ରୀଡ଼ା ସଚିବ ଭିନିଲକ୍ରିଷ୍ଣା ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
ରାଜ୍ୟ ସନ୍ତରଣ ଉଦଘାଟିତ
/sambad/media/post_attachments/wp-content/uploads/2022/05/56465sf4s65fh4f65hsfhfhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)