ରାଜ୍ୟ ସନ୍ତରଣ: ସମ୍ବଲପୁର ବିଜେତା

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ ଆନୁକୂଲ୍ୟରେ ୬୦ତମ ରାଜ୍ୟ ସନ୍ତରଣ ପ୍ରତି‌ଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାରଠାରେ ଆୟୋଜିତ ଏହି ପ୍ରତଯୋଗିତ‌ାରେ ଦଳଗତ ଭାବେ ସମ୍ବଲପୁର ୩୩୮ ପଏଣ୍ଟ୍‌ ପାଇ ବିଜେତା ଏବଂ ଭୁବନେଶ୍ବର (୨୭୨) ଉପବିଜେତା ହୋଇଛି। ପୁରୁଷ ଓ ମହିଳାରେ ଭୁବନଶ୍ବରର ଯଦୁ ବୁଦକ ଏବଂ ସୋନିଆ ପଟେଲ ବିଜେତା ହୋଇଥିଲେ। ‌ଅନ୍ୟ ବ୍ୟକ୍ତିଗତ ବୟସ ବର୍ଗରେ ଭୁବନେଶ୍ବରର ଯଦୁ ବୁଦକ, ସୋନିଆ ପଟେଲ, ମନ୍ନତା ମିଶ୍ର ଓ ଅଂଶିକା ଆରାଧନା ସାହୁ, କଟକର ଅନ୍‌ମୋଲ ମହାନ୍ତି ଓ ପ୍ରୀତିପ୍ରଜ୍ଞା ସାହୁ, ସମ୍ବଲପୁରର ସୋହାନ ବାରିକ, କିଟ୍‌ ଓ କିସ୍‌ର ସାହିଲ ମାଝୀ ବିଜେତା ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏମ୍‌ସିଏଲ୍‌ର ଏଜିଏମ୍‌ ଶ୍ୟାମ ଶିବ ସୁନ୍ଦର ପଣ୍ଡା ଏବଂ କ୍ରୀଡ଼ା ବିଭାଗର ସହନିର୍ଦେଶକ ସନାତନ ସାହୁ ଯୋଗଦେଇ ପୁରସକାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର