ସମ୍ବଲପୁର: ଗୁଜୁରାଟ ଜାତୀୟ କ୍ରୀଡ଼ା ପାଇଁ ଓଡ଼ିଶା ସନ୍ତରଣ ଦଳ ନିମନ୍ତେ ଖେଳାଳି ଚୟନ ଅଗଷ୍ଟ ୬ ତାରିଖ ଦିନ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାରରେ କରାଯିବ। ରାଜକୋଟରେ ସେପ୍ଟେମ୍ବର ୨୭ରୁ ଅେକ୍ଟାବର ୧୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜାତୀୟ କ୍ରୀଡ଼ାରେ ଓଡ଼ିଶାରୁ ୪ ଜଣ ଲେଖାଏଁ ପୁରୁଷ ଓ ମହିଳା ସନ୍ତରଣକାରୀ ଭାଗ ନେବେ। ସମୟ ପରୀକ୍ଷା (ଟାଇମ୍ ଟ୍ରାଏଲ୍) ଭିତ୍ତିରେ ଖେଳାଳି ଚୟନ କରାଯିବ। ଏଥିରେ ଭାଗ ନେବାକୁ ଆଗ୍ରହୀ ସନ୍ତରଣକାରୀ ଅନୁବନ୍ଧିତ ଜିଲ୍ଲା ଶାଖା ବା ଜିଲ୍ଲା କ୍ରୀଡ଼ା ସଂଘ ସଂପାଦକଙ୍କୁ ଯୋଗାଯୋଗ କରି ୬ ତାରିଖ ସକାଳ ୮ଟାରେ ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ରିପୋର୍ଟ କରିବାକୁ ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ ତରଫରୁ ଏକ ପ୍ରେସ୍ ବିବୃତିରେ କୁହାଯାଇଛି। ପ୍ରତିଯୋଗୀମାନେ ନିଜ ସହ ଏସ୍ଏଫ୍ଆଇର ୟୁଆଇଡି କାର୍ଡ, ଆଧାର ଓ ଜନ୍ମ ପ୍ରମାଣପତ୍ରର ନକଲ ନେଇ କି ଆସିବା ପାଇଁ ରାଜ୍ୟ ସଂଘ ସାଧାରଣ ସଂପାଦକ ଗୋଲାପମଣି ମହାନ୍ତ ଜଣାଇଛନ୍ତି। ଅଧିକ ବିବରଣୀ ପାଇଁ ଯୁଗ୍ମସଂପାଦକ ଲକ୍ଷ୍ମୀଚନ୍ଦ୍ର ମହାକୁଡ଼ଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।
ଜାତୀୟ କ୍ରୀଡ଼ା ପାଇଁ ରାଜ୍ୟ ସନ୍ତରଣ ଦଳ ଚୟନ ୬ରେ
/sambad/media/post_attachments/wp-content/uploads/2022/07/sweeming.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)