ଭୁବନେଶ୍ୱର: ସ୍ଥାନୀୟ ୟୁନିଟ୍-୧ ଇନ୍ଡୋର୍ ହଲ୍ରେ ଚାଲିଥିବା ଦ୍ୱାଦଶ କେଡିଟିଏ ରାଜ୍ୟ ମାନ୍ୟତା ଟେବୁଲ୍ ଟେନିସ୍ ପ୍ରତିଯୋଗିତା ଶନିବାର ଶେଷ ହୋଇଛି। ପୁରୁଷ ବର୍ଗରେ ଆର୍ବିଆଇର ଆସିଫ୍ ହକ୍ ନିଜ ଭାଇ ତୌସିଫ୍ ହକ୍ଙ୍କୁ ୪-୨ରେ ହରାଇ ବିଜେତା ହୋଇଥିଲେ। ଖୋର୍ଧା ଜିଲ୍ଲାର ପ୍ରତିନିଧିତ୍ୱ କରିଥିବା ଅନନ୍ୟା ବସାକ୍ ବରିଷ୍ଠ ଓ କନିଷ୍ଠ ବର୍ଗ ମହିଳାରେ ଟ୍ରଫି ହାତେଇ ଦ୍ୱିମୁକୁଟ ଅର୍ଜନ କରିଛନ୍ତି। ବରିଷ୍ଠ ମହିଳା ବର୍ଗ ଫାଇନାଲ୍ରେ ଅନନ୍ୟା ୪-୦ରେ ଏଜି ଓଡ଼ିଶାର ପୌସଲି ଘଟକଙ୍କୁ ହରାଇଥିବାବେଳେ କନିଷ୍ଠ ବାଳିକା ଫାଇନାଲ୍ରେ ୟୋଶିତା ଜାମୁଲାଙ୍କୁ ପଛରେ ପକାଇଥିଲେ। କଟକର ଏମ୍ ଈଶ୍ୱର ରାଓ ମଧ୍ୟ ଦୁଇଟି ବର୍ଗରେ ବିଜେତା ହୋଇ ଦ୍ୱିମୁକୁଟ ଅର୍ଜନ କରିଥିଲେ। ଈଶ୍ୱର ଯୁବ ବାଳକ ବର୍ଗ ଫାଇନାଲ୍ରେ ୪-୦ରେ କୃଷ୍ଣ ପୃଷ୍ଟିଙ୍କୁ ଏବଂ କନିଷ୍ଠ ବର୍ଗ ଫାଇନାଲରେ ନିଜ ସହରର ସାହିଲ ଏସ୍ ଭୂୟାଁଙ୍କୁ ୪-୨ରେ ପରାସ୍ତ କରିଥିଲେ। ଉପ କନିଷ୍ଠ ବାଳକରେ ମୋହିତ ଦେହୁରାୟଙ୍କୁ ୪-୧ରେ ହରାଇ ସାହିଲ ଏସ୍ ଭୂୟାଁ ବିଜେତା ହୋଇଥିଲେ। ଏହି ବର୍ଗର ବାଳିକାରେ କଟକର ସ୍ୱୀକୃତି ଭଗତଙ୍କୁ ୪-୩ରେ ପରାସ୍ତ କରି ଭୁବନେଶ୍ୱରର ଶ୍ୱେତପଦ୍ମା ଦଳାଇ ଟ୍ରଫି ହାତେଇଥିଲେ। କ୍ୟାଡେଟ୍ ବାଳକରେ ଅର୍ଚିତ କୁମାର ବେହେରାଙ୍କୁ ୩-୧ରେ ହରାଇ ଆୟନ୍ ଏମ୍ ଖାନ୍ ଏବଂ ବାଳିକାରେ ସୋହାଲିକା ସଦବରମଙ୍କୁ ୩-୧ରେ ହରାଇ ଶ୍ୱେତପଦ୍ମା ଦଳାଇ ଟ୍ରଫି ଜିତିଥିଲେ। ଏଥି ସହିତ ଶ୍ୱେତପଦ୍ମା ମଧ୍ୟ ଦ୍ୱିମୁକୁଟ ଅର୍ଜନ କରିଥିଲେ। ଏହି ୩ ଦିନିଆ ପ୍ରତିଯୋଗିତାରେ ୧୦ ଜିଲ୍ଲା ଏବଂ ପ୍ରତିଷ୍ଠାନରୁ ୫୦ ବାଳିକାଙ୍କ ସହିତ ୧୬୦ ଜଣ ଭାଗ ନେଇଥିଲେ। ଉଦ୍ଯାପନୀ ଉତ୍ସବରେ ପୂର୍ବତନ ଜାତୀୟ ବିଜେତା ତଥା ଅର୍ଜୁନ ପୁରସ୍କାର ବିଜେତା ଅରୂପ ବସାକ, ପ୍ରଶାସନିକ ଅଧିକାରୀ ଏସ୍ସି ମହାରଣା ଏବଂ ଖୋର୍ଧା ଜିଲ୍ଲା ଟେବୁଲ ଟେନିସ୍ ସଂଘ ସମ୍ପାଦକ ସ୍ମୃତି ରଂଜନ ଦାସ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ଅନ୍ତର୍ଜାତୀୟ ରେଫରି କେଏସ୍ଏନ୍ ମୂର୍ତିଙ୍କ ତତ୍ୱାବଧାନରେ ବିଜନ ଦାସ ମହାପାତ୍ର, ତପନ ଖା, ସୁଜିତ ରାୟ ପ୍ରମୁଖ ମ୍ୟାଚ୍ ପରିଚାଳନା କରିଥିଲେ।
ଅନନ୍ୟା, ଈଶ୍ୱର, ଶ୍ୱେତପଦ୍ମାଙ୍କୁ ଦ୍ୱିମୁକୁଟ, ଆସିଫ୍ ବିଜେତା
କେଡିଟିଏ ରାଜ୍ୟ ଟିଟି ଉଦ୍ଯାପିତ
/sambad/media/post_attachments/wp-content/uploads/2017/10/15-Table-Tennis.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)