କଟକ: ସ୍ଥାନୀୟ ଜବାହାରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମ୍ରେ ଚାଲିଥିବା ୨୬ତମ ରାଜ୍ୟ ଟେବୁଲ ଟେନିସ୍ ପ୍ରତିଯୋଗିତା ବୁଧବାର ଉଦ୍ଯାପିତ ହୋଇଯାଇଛି। ଏଥିରେ କଟକର ଏମ୍ ଈଶ୍ବର ରାଓ, ଭୁବନେଶ୍ବରର ଶ୍ବେତପଦ୍ମା ଦଳାଇ ଏବଂ କଟକର ଜିଜ୍ଞାଶୁ ସାହୁ ଦୁଇଟି ଲେଖାଏଁ ବିଭାଗରେ ବିଜେତା ହୋଇ ଦ୍ବିମୁକୁଟ ହାତେଇଛନ୍ତି। ପୁରୁଷ ଏକକ ଫାଇନାଲ୍ରେ ଈଶ୍ବର ୪-୦ରେ କଟକର କେ କାର୍ତ୍ତିକଙ୍କୁ ପରାସ୍ତ କରିଥିଲେ। ସେହିପରି ଯୁବ ବାଳକ ଏକକରେ ସେ ୪-୦ରେ କଟକର ମୋହିତ ବେହୁରାଏଙ୍କୁ ହରାଇ ଯୁଗଳ ସଫଳତା ପାଇଛନ୍ତି। ଅନ୍ୟପକ୍ଷରେ କନିଷ୍ଠ ବାଳିକା ଫାଇନାଲ୍ରେ ଭୁବନେଶ୍ବରର ନନ୍ଦିନୀ ବିଶ୍ବାଳଙ୍କୁ ୪-୦ ଏବ˚ ଉପକନିଷ୍ଠ ବାଳିକାରେ ସୁପରଲିଗ୍ ଗ୍ରୁପ୍ରେ ଶୀର୍ଷ ସ୍ଥାନରେ ରହି ଶ୍ବେତପଦ୍ମା ବିଜେତା ହୋଇଥିଲେ। ଉପକନିଷ୍ଠ ବାଳିକାରେ ଖୋର୍ଧାର ସାନିଆ ମିଶ୍ର ଉପବିଜେତା ହୋଇଥିଲେ। ଉପକନିଷ୍ଠ ବାଳକ ଓ କ୍ୟାଡେଟ ବାଳକରେ ଜିଜ୍ଞାଶୁ ସାହୁ ଯଥାକ୍ରମେ ୪-୦ ଓ ୩-୧ରେ ଅନିନ୍ଦ୍ୟ ଦାସଙ୍କୁ ପରାସ୍ତ କରି ଯୁଗଳ ଟ୍ରଫି ହାସଲ କରିଛନ୍ତି।
ଏହି ବିଭାଗଗୁଡ଼ିକ ବ୍ୟତୀତ ମହିଳା ଏକକରେ ଭଦ୍ରକର ମୟୂରି ଚାଟାର୍ଜୀ ୪-୦ରେ ଶ୍ବେତପଦ୍ମା ଦଳାଇଙ୍କୁ, କନିଷ୍ଠ ବାଳକରେ ମୋହିତ ବେହୁରାଏ ୪-୧ରେ ଭୁବନେଶ୍ବରର ତୁହିନ ବାରିକଙ୍କୁ, କ୍ୟାଡେଟ ବାଳିକାରେ କଟକର ଉର୍ଜା ବର୍ମା ୩-୦ରେ ଭୁବନେଶ୍ବରର ସାଧିକା ସଦାଭରମଙ୍କୁ ହରାଇ ବିଜେତା ହୋଇଥିଲେ। ମ୍ୟାଚ୍ଗୁଡ଼ିକୁ ମୁଖ୍ୟ ରେଫରି ସୁଜିତ ରାଏ, ଜୀବନ ବଲ୍ଲଭ ସାମଲ, ବିଜନ ଦାସ ମହାପାତ୍ର, କେଏସଏନ୍ ମୂର୍ତ୍ତି, କଲ୍ଲୋଳ ଗାଙ୍ଗୁଲି, ସୁରଭି ପରିଜା ପ୍ରମୁଖ ପରିଚାଳନା କରୁଥିଲେ।
ଆୟୋଜିତ ଉଦ୍ଯାପନୀ କାର୍ଯ୍ୟକ୍ରମରେ ସିଏମ୍ସି କମିସନର ଅନନ୍ୟା ଦାସ ମୁଖ୍ୟ ଅତିଥି ଏବଂ ‘ସମ୍ବାଦ ଗ୍ରୁପ୍’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏଥିସହିତ କୃତୀ ପ୍ରତିଯୋଗୀଙ୍କୁ ଉଭୟ ଅତିଥି ଶୁଭେଚ୍ଛା ଜଣାଇବା ସହିତ ଆଗକୁ ବଢିବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଟେବୁଲ ଟେନିସ ସ˚ଘ ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା, ଉପସଭାପତି ଚିତ୍ତର˚ଜନ ମହାନ୍ତି, କୋଷାଧ୍ୟକ୍ଷ ନିହାର ର˚ଜନ ମିଶ୍ର ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/fh56sf4h56fs4hf5s64f5s6hfh.jpg)