କଟକ: ଜବାହାରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଚାଲିଥିବା ୨୭ତମ ରାଜ୍ୟ ଟେବୁଲ ଟେନିସ ପ୍ରତିଯୋଗିତା ମଙ୍ଗଳବାର ଉଦ୍ଯାପିତ ହୋଇଛି। ପୁରୁଷ ଏକକରେ ବିିକାଶ ସି˚ହ ୪-୧ (୧୧-୪, ୭-୧୧, ୧୧-୫, ୧୧-୮, ୧୧-୪)ରେ ଏମ୍ ଇଶ୍ବର ରାଓଙ୍କୁ ପରାସ୍ତ କରି ବିଜେତା ହୋଇଛନ୍ତି। ସେହିପରି ମହିଳା ବର୍ଗ ଫାଇନାଲ୍ରେ ଶ୍ବେତପଦ୍ମା ଦଳାଇ ୪-୦ (୧୧-୨, ୧୧-୭, ୧୧-୨, ୧୧-୫)ରେ ଅଞ୍ଜଳି ଅଗ୍ରଵାଲଙ୍କୁ ହରାଇଥିଲେ। ଭେଟେରାନ୍ ଯୁଗଳରେ ପିକେ ସାମନ୍ତରାୟ-ଏସ୍ଆର୍ ଦାସ ଯୋଡ଼ି ୩-୦ରେ ଆର୍କେ ସାହୁ-ନିତ୍ରାଞ୍ଜନ ସେଠୀଙ୍କୁ ୩-୦ (୧୨-୧୦, ୧୧-୯, ୧୧-୬)ରେ ହରାଇଥିଲେ। ଅନ୍ୟ ବୟସ ବର୍ଗର ମ୍ୟାଚ୍ଗୁଡ଼ିକ ମଧ୍ୟରେ ୧୧ ବର୍ଷରୁ କମ୍ ବାଳକ ଏକକରେ ଶୁଭଙ୍କର ମାହାଳି ୩-୨ରେ ଆରୁଷ ମାଣିଆଙ୍କୁ, ୧୩ ବର୍ଷରୁ କମ୍ ବାଳକ ଏକକରେ ଜିଜ୍ଞାସୁ ସାହୁ ୪-୦ରେ ଜୟସ୍ତୁ ଦାସଗୁପ୍ତାଙ୍କୁ, ୧୭ ବର୍ଷରୁ କମ୍ ବାଳିକା ଏକକରେ ଶ୍ବେତପଦ୍ମା ଦଳାଇ ୪-୦ରେ ସୁଶ୍ରୀ ପଟ୍ଟନାୟକଙ୍କୁ, ୧୭ ବର୍ଷରୁ କମ୍ ବାଳକ ଏକକରେ ଜିଜ୍ଞାସୁ ସାହୁ ୪-୨ରେ ଫରଜ ରାଜାଙ୍କୁ, ୧୫ ବର୍ଷରୁ କମ୍ ବାଳକ ଏକକରେ ଜିଜ୍ଞାସୁ ସାହୁ ୪-୦ରେ ଆୟନ ମୁସ୍ତାକଙ୍କୁ, ୧୯ ବର୍ଷରୁ କମ୍ ବାଳକ ଏକକରେ ମୋହିତ ବେହୁରାଏ ୪-୧ରେ ଅବିନାଶ ତ୍ରିପାଠୀଙ୍କୁ ପରାସ୍ତ କରି ବିଜେତା ହୋଇଛନ୍ତି।
ଉଦ୍ଯାପନୀ କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ମୁଖ୍ୟ ଅତିଥି ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ରଶ୍ମୀର˚ଜନ ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଟେବୁଲ ଟେନିସ ସ˚ଘର ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା, ଉପସଭାପତି ଚିତ୍ତର˚ଜନ ମହାନ୍ତି, କୋଷାଧ୍ୟକ୍ଷ ନିହାର ର˚ଜନ ମିଶ୍ର, ଯୁଗ୍ମ ସମ୍ପାଦକ ଜୟଦିଥ ଦେବତା ଉପସ୍ଥିତ ଥିଲେ।