ବର୍ମିଂହାମ: ଭାରତକୁ ରବିବାର ରାତିରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଆଉ ଏକ ସ୍ବର୍ଣ୍ଣ ପଦକ ମିଳିଛି। ତା’ ପୁଣି ଭାରୋତ୍ତୋଳନରୁ। ଯୁବ ଉତ୍ତୋଳକ ଅଚିନ୍ତ ଶିଉଳି ପୁରୁଷ ୭୩ କିଲୋଗ୍ରାମ ଓଜନ୍ ବର୍ଗରେ ମୋଟ ୩୧୩ କିଲୋଗ୍ରାମ ଉତ୍ତୋଳନ କରି ଭାରତକୁ ତୃତୀୟ ସ୍ବର୍ଣ୍ଣ ପଦକ ଦେଇଛନ୍ତି। ଅଦ୍ୟାବଧି ଭାରତକୁ ସମସ୍ତ ୬ ପଦକ ଭାରୋତ୍ତାଳନରୁ ହିଁ ମିଳିଛି। ଅଚିନ୍ତ ସ୍ନାଚର ତୃତୀୟ ପ୍ରୟାସରେ ୧୪୩ କିଲୋଗ୍ରାମ ଏବଂ କ୍ଲିନ୍ ଆଣ୍ଡ୍ ଜର୍କର ପ୍ରଥମ ଉଦ୍ୟମରେ ୧୬୬ କିଲୋଗ୍ରାମ୍ ଉଠାଇଥିଲେ। ଉଭୟରେ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ା କୀର୍ତ୍ତିମାନ ମଧ୍ୟ ପ୍ରତିଷ୍ଠା କରିଥିଲେ। ୨୦ ବର୍ଷୀୟ ଏହି ପଶ୍ଚିମବଙ୍ଗ ତାରକା ୨୦୧୯ ଏବଂ ୨୦୨୧ରେ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ପ୍ରତିଯୋଗିତାରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ। ମାଲେସିଆର ଏରି ହିଦାୟତ ମହମ୍ମଦ ମୋଟ ୩୦୩ କିଲୋଗ୍ରାମ (୧୩୮ ଓ ୧୬୫ କିଲୋଗ୍ରାମ) ଉତ୍ତୋଳନ କରି ରୌପ୍ୟ ପଦକ ଜିତିଥିଲେ। କାନାଡ଼ାର ଦାର୍ଜିନୀ ମୋଟ ୨୯୮ କିଲୋଗ୍ରାମ ଉତ୍ତୋଳନ (୧୩୫ ଓ ୧୬୩ କିଲୋଗ୍ରାମ୍) କାଂସ୍ୟ ପଦକ ଜିତିଥିଲେ। ପୂର୍ବଦିନ ତାଙ୍କ ବଡ଼ ଭଉଣୀ ମଧ୍ୟ କାଂସ୍ୟ ପଦକ ଜିତିଥିଲେ।
ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଅଚିନ୍ତ ଜିତିଲେ ତୃତୀୟ ସ୍ବର୍ଣ୍ଣ
/sambad/media/post_attachments/wp-content/uploads/2022/08/f654h65sfh46f5h465fhfhsfsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)