ରାଜ୍ୟ ଟେନିକଏଟ୍‌ ପ୍ରତିଯୋଗିତା ଉଦ୍‌ଯାପିତ: କଟକ ଦଳଗତ ବିଜେତା

କଟକ: ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟ ଟେନିକଏଟ୍‌ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଛି। ଦଳଗତ ବିଭାଗରେ କଟକ ମୋଟ ୫୧ ପଏଣ୍ଟ ପାଇ ବିଜେତା ହୋଇଥିଲା ବେଳେ ଯାଜପୁର ୪୫ ପଏଣ୍ଟ ସହ ପ୍ରଥମ ଉପବିଜେତା ଓ ସମ୍ବଲପୁର ୪୨ ପଏଣ୍ଟ ସହ ଦ୍ୱିତୀୟ ଉପବିଜେତା ହୋଇଛି। ଅନ୍ୟ ଇଭେଣ୍ଟଗୁଡ଼ିକ ମଧ୍ୟରେ ପୁରୁଷ ଏକକରେ ଅରୁଣ କୁମାର ନାୟକ ବିଜେତା, ରାଜେଶ ନାୟକ ଉପବିଜେତା ଓ ମହମ୍ମଦ ମୁମତାଜ ତୃତୀୟ ସ୍ଥାନରେ ରହିଥିଲେ। ଯୁଗଳରେ କଟକର ବିନୟ ଝା-ମନୋଜ ମହାରଣା ଯୋଡ଼ି ଯାଜପୁରର କ୍ଷୀତିଶ ନାଥ-ଶକ୍ତି ପ୍ରସାଦ ବିଶ୍ୱାଳଙ୍କୁ ପରାସ୍ତ କରି ବିଜେତା ହୋଇଛନ୍ତି। ମହିଳା ଏକକରେ ଶୁଭଶ୍ରୀ ସାମଲ ବିଜେତା, ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ ଉପବିଜେତା ଓ ସୁଶ୍ରୀ ସଙ୍ଗୀତା ଜେନା ତୃତୀୟ ସ୍ଥାନରେ ରହିଥିଲେ। ଯୁଗଳ ଫାଇନାଲ୍‌ରେ ଶୁଭାଙ୍ଗିନୀ ମିଶ୍ର ଓ ଲକ୍ଷ୍ମୀପ୍ରିୟା ନନ୍ଦଙ୍କ ଯୋଡ଼ି କେନ୍ଦ୍ରାପଡ଼ାର ଇପ୍‌ସିତା ସେନ୍‌ ଓ ଶ୍ରୀବିତ୍ୟ ମହାରଣା ଯୋଡ଼ିକୁ ହରାଇଥିଲା। ମିଶ୍ରିତ ଯୁଗଳ ଫାଇନାଲ୍‌ରେ ଯାଜପୁରର ମଳୟ ସିଂହ ଓ ପ୍ରଭାସିନୀ ବିଶ୍ୱାଳଙ୍କ ଯୋଡ଼ି କଟକର ପ୍ରକାଶ ସ୍ୱାଇଁ-କଲ୍ୟାଣୀ ସାହୁ ଯୋଡ଼ିକୁ ହରାଇଥିଲା। କନିଷ୍ଠ ବାଳକ ଏକକରେ ପବନ ପ୍ରସାଦ, ବିଜୟ ମହାନ୍ତି ଓ ଅଭିମନ୍ୟୁ ବେହେରା ଯଥାକ୍ରମେ ଶୀର୍ଷ ତିନି ସ୍ଥାନରେ ରହିଥିଲେ। ଯୁଗଳ ଫାଇନାଲ୍‌ରେ ଯାଜପୁରର ମନୋଜ ବାରିକ-ସୌମ୍ୟ ରଂଜନ ସାହୁ ଯୋଡ଼ି କଟକର ସତ୍ୟବ୍ରତ ନାୟକ-କାର୍ତ୍ତିକ ବେହେରା ଯୋଡ଼ିକୁ ହରାଇଥିଲା। ବାଳିକା ଏକକରେ ପ୍ରମିଳା ରାଉତ ପ୍ରଥମ, ନୀତି ଗୁପ୍ତା ଦ୍ୱିତୀୟ ଓ ଅର୍ପିତା ପ୍ରିୟଦର୍ଶିନୀ ତୃତୀୟ ସ୍ଥାନରେ ରହିଥିଲେ। ଯୁଗଳ ଫାଇନାଲ୍‌ରେ ଚାନି ପରିଡ଼ା-ଶାସ୍ୱତି ପ୍ରିୟଦର୍ଶିନୀଙ୍କ ଯୋଡ଼ି ଶୁଭାସିନୀ ବିଶ୍ୱାଳ-ଦୀପ୍ତିମୟୀ ପ୍ରଧାନ ଯୋଡ଼ିକୁ ହରାଇ ବିଜେତା ହୋଇଥିଲେ। ମିଶ୍ରିତ ଯୁଗଳରେ ଝାରସୁଗୁଡ଼ାର ଶୁଭମ୍‌ ଯାଦବ-ଇସିକା ମୁଖାର୍ଜୀ ଯୋଡ଼ି ଯାଜପୁରର ଶ୍ୟାମ ସୁନ୍ଦର ସାହୁ-ସିପ୍ରା ବସନ୍ତିଆ ଯୋଡ଼ିକୁ ହରାଇ ବିଜେତା ହୋଇଥିଲେ।
ଉଦ୍‌ଯାପନୀ ସମାରୋହରେ କଟକ ଉପଜିଲ୍ଲାପାଳ ସୁକାନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାରତ ଡାଲମିୟା ସିମେଣ୍ଟ ଡିଜିଏମ୍‌ ନୀଳାମ୍ବର ମିଶ୍ର, କୃଷ୍ଣଚନ୍ଦ୍ର ସେଠୀ, ଓଡ଼ିଶା ପେଶାଦାର ଟେନିକଏଟ୍‌ ସଂଘର ସାଧାରଣ ସମ୍ପାଦକ ଶ୍ରୀକାନ୍ତ କୁମାର ସିହ୍ନା, କୋଷାଧ୍ୟକ୍ଷ ପ୍ରଦୀପ କୁମାର ଆଚାର୍ଯ୍ୟ, ଯୁଗ୍ମ ସମ୍ପାଦକ ରମେଶ ଚନ୍ଦ୍ର ବିଶ୍ୱାଳ, ତପନ କୁମାର ସାହୁ, ଦିଲ୍ଲୀପ କୁମାର ଦାସ, ବୈଷୟିକ ସମିତି ଅଧ୍ୟକ୍ଷ ଜ୍ଞାନ ରଂଜନ ସାହୁ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ। ହସିଦ୍‌ ମହାପାତ୍ର, ଅଜିତ କୁମାର ସିହ୍ନା, ଅରିଜିତ ସିହ୍ନା, ଦେବାନନ୍ଦ ଝା, ଜୟନ୍ତୀ ସିଂହ, ଶର୍ମିଷ୍ଠା ମହାପାତ୍ର ହୃଷିକେଶ ରାଉତ, ହେମନ୍ତ କୁମାର ନାୟକ, ବିଭୂ ଭୂଷଣ ପାଲ୍‌, ପାର୍ଥ ସାରଥୀ ଦାସ ପ୍ରତିଯୋଗିତା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର