ରାଜ୍ୟ ଟେନିସ୍‌ ସଂଘ ନିର୍ବାଚନ: ଅସିତ୍‌ ସଭାପତି, ସତ୍ୟଜିତ ସମ୍ପାଦକ

ଭୁବନେଶ୍ବର: ଓଡ଼ିଶା ଟେନିସ୍‌ ସଂଘ (ଓଟିଏ)ର ନୂଆ କର୍ମକର୍ତ୍ତା ନିର୍ବାଚନ (୨୦୨୧-୨୫) ରବିବାର ଅନୁଷ୍ଠିତ‌ ହୋଇଯାଇଛି। ବରିଷ୍ଠ ଆଇଏଏସ୍‌ ଅସିତ୍‌ ତ୍ରିପାଠୀ ସଭାପତି ଭାବେ ପୁନଃନିର୍ବାଚିତ ହୋଇଥିବା ବେଳେ ଅନ୍ୟତମ ଆଇଏଏସ୍‌ ମଧୁସୂଦନ ପାଢ଼ୀଙ୍କ ବଦଳରେ ଆଇପିଏସ୍‌ ସତ୍ୟଜିତ ମହାନ୍ତି ନୂଆ ସମ୍ପାଦକ ହୋଇଛନ୍ତି। ମଧୁସୂଦନ ପାଢ଼ୀ ମୁଖ୍ୟ ଉପଦେଷ୍ଠା ହୋଇଛନ୍ତି। ୩ ଉପ ସଭାପତି ଭାବେ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର, ବ୍ରହ୍ମାନନ୍ଦ ମିଶ୍ର, ଶୁଭ୍ରାଂଶୁ ଷଡ଼ଙ୍ଗୀ ଏବଂ ଯୁଗ୍ମ ସମ୍ପାଦକ ଭାବେ ସଂଜୀବ ପଣ୍ଡା ନିର୍ବାଚିତ ହୋଇଛନ୍ତି। ବିଜୟକୃଷ୍ଣ ଦାସ ପ୍ରଥମ ଥର କୋଷାଧ୍ୟକ୍ଷ ପଦ ଅଳଙ୍କୃତ କରିଛନ୍ତି।

ସମ୍ବନ୍ଧିତ ଖବର