ରାଜ୍ୟ ଟେନିସ୍‌ ଭଲିବଲ୍‌: ଭଦ୍ରକ ପୁରୁଷ, କେନ୍ଦୁଝର ମହିଳା ବିଜେତା

କଟକ: ଢେଙ୍କାନାଳ ଟେନିସ୍‌ ଭଲିବଲ୍‌ ସ˚ଘ ଆନୁକୂଲ୍ୟରେ ଗତ ୧୫ ତାରିଖରୁ ଚାଲିଥିବା ରାଜ୍ୟ ଟେନିସ୍‌ ଭଲିବଲ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ପ୍ରତିଯୋଗିତାର ପୁରୁଷ ବିଭାଗରେ ଭଦ୍ରକ ୨-୧ ସେଟ୍‌ରେ ପରାଦ୍ବୀପକୁ ହରାଇ ବିଜେତା ହୋଇଥିଲାବେଳେ ଯାଜପୁର ତୃତୀୟ ସ୍ଥାନରେ ରହିଛି। ମହିଳା ବିଭାଗରେ କେନ୍ଦୁଝର ୨-୧ ସେଟ୍‌ରେ କଳାହାଣ୍ତିକୁ ହରାଇଥିଲା। ରାଉରକେଲା ତୃତୀୟ ସ୍ଥାନରେ ରହିଥିଲା। ଉଦ୍‌ଯାପନୀ ଉତ୍ସବରେ ସ˚ସ୍କାର ସ୍କୁଲ୍‌ର ଟ୍ରଷ୍ଟି ପ୍ରସନ୍ନ କୁମାର ସାହୁ, ଅଧ୍ୟକ୍ଷା ସମଶ୍ରୀ ପତି, ବ୍ରହ୍ମାଶଙ୍କର ନନ୍ଦ, ରାଜ୍ୟ ଟେନିସ୍‌ ଭଲିବଲ ସ˚ଘର ସମ୍ପାଦକ ଶଶୀକାନ୍ତ ନାୟକ, ସ˚ଗଠନ ସମ୍ପାଦକ ଚିରଞ୍ଜୀବି ମିଶ୍ର, ଢେଙ୍କାନାଳ ଜିଲ୍ଲା ସ˚ଘ ସମ୍ପାଦକ ନୀଳମଣି ସାହୁ, ରାଜ୍ୟ ସ˚ଘ ଯୁଗ୍ମ ସମ୍ପାଦକ ସ୍ମୃତି ମହାପାତ୍ର, ଉପ ସଭାପତି ଅଜୟ ସାହୁ, ରେଫରୀ ବୋର୍ଡ ଅଧ୍ୟକ୍ଷ ଶ୍ରୀଧର ସାହୁ ପ୍ରମୁଖ ଯୋଗଦେଇ ବିଜେତା ଓ ଉପ ବିଜେତା ଦଳଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ପ୍ରଦର୍ଶନ ଆଧାରରେ ଜାତୀୟ ପ୍ରତିଯୋଗିତା ପାଇଁ ଏଠାରୁ ଖେଳାଳି ଚୟନ କରାଯିବ ବୋଲି ରାଜ୍ୟ ସ˚ଘ ସମ୍ପାଦକ ଶଶୀକାନ୍ତ ନାୟକ ଜଣାଇଛନ୍ତି।

ସମ୍ବନ୍ଧିତ ଖବର