ଜଟଣୀ ପୁରୁଷ ଓ ପୁରୀ ମହିଳା ବିଜେତା

ରାଜ୍ୟ ଥ୍ରୋ ବଲ୍‌

ଭୁବନେଶ୍ବର: ଜଟଣୀ ଏବଂ ଓଡ଼ିଶା ରାଜ୍ୟ ଥ୍ରୋ ବଲ୍‌ ସଂଘ ମିଳିତ ଆନୁକୂଲ୍ୟରେ ଆୟୋଜିତ ୨୭ତମ ରାଜ୍ୟ ଥ୍ରୋ ବଲ୍‌ ପ୍ରତିଯୋଗିତାର ପୁରୁଷରେ ଜଟଣୀ ଏବଂ ମହିଳାରେ ପୁରୀ ବିଜେତା ହୋଇଛି। ରବିବାର ପୁରୁଷ ଫାଇନାଲ୍‌ରେ ଜଟଣୀ ୧୨-୧୫, ୧୫-୩, ୧୫-୧୧ରେ କଟକକୁ ଏବଂ ମହିଳାରେ ପୁରୀ ୧୫-୭, ୧୫-୫ରେ ରାଉରକେଲାକୁ ହରାଇ ଟ୍ରଫି କରାୟତ କରିଥିଲା। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ସମାଜସେବୀ ସୁରେଶ ପାଇକରାୟ, ସଂଘର ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ପଣ୍ଡା, ପ୍ରତିଷ୍ଠାତା କୃଷ୍ଣଚନ୍ଦ୍ର ଦାସ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରା, ସଂଘ ସମ୍ପାଦକ ଜିତେନ୍ଦ୍ର ନାଥ ଦାସ, ଯୁଗ୍ମ ସମ୍ପାଦକ ଯଶୋବନ୍ତ ପରମଗୁରୁ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଶ୍ରୀକାନ୍ତ ଦତ୍ତ, ସେକ୍‌ ରେହମାନ, ସତୀକାନ୍ତ ପଟ୍ଟନାୟକ, ଚିନ୍ମୟୀ ଚିରଞ୍ଜିବୀ ମହାନ୍ତି ଏବଂ ଶର୍ମି‌ଷ୍ଠା ପଣ୍ଡା ରେଫରି ଥିଲେ। ଏହି ପ୍ରତିଯୋଗିତାରେ ୨୬ ଜିଲ୍ଲାରୁ ୫୫୦ ଖେଳାଳି ଭାଗନେଇଥିଲେ।

ସମ୍ବନ୍ଧିତ ଖବର