ରାଜ୍ୟ ଟିଟି: ପୁରୁଷ ଫାଇନାଲ୍‌ରେ ଏଜି ଓଡ଼ିଶା

କଟକ: ଜବାହରଲାଲ୍‌ ନେହରୁ ଇଣ୍ତୋର ଷ୍ଟାଡିୟମରେ ଚାଲିଥିବା ରାଜ୍ୟ ଟେବୁଲ ଟେନିସ ପ୍ରତିଯୋଗିତାର ଦ୍ବିତୀୟ ଦିନ ଏଜି ଓଡ଼ିଶା ପୁରୁଷ ବିଭାଗ ଫାଇନାଲ୍‌ରେ ପ୍ରବେଶ କରିଛି। ସେମି ଫାଇନାଲ୍‌ରେ ଏଜି ୩-୦ରେ କଟକ ଏ’କୁ ହରାଇଥିଲା। ଫାଇନାଲ୍‌ରେ ଏଜିର ମୁକାବିଲା ପୂର୍ବତଟ ରେଳବାଇ ଓ କଟକ ବି’ ମଧ୍ୟରେ ହେବାକୁ ଥିବା ଦ୍ବିତୀୟ ସେମି ଫାଇନାଲ୍‌ର ବିଜେତା ସହ ହେବ।

ଅନ୍ୟପକ୍ଷରେ କନିଷ୍ଠ ବାଳକ ସେମି ଫାଇନାଲ୍‌ରେ କଟକ ଏ’ ୩-୦ରେ କିଟ୍‌କୁ, ଖୋର୍ଧା ୩-୨ରେ ଭୁବନେଶ୍ବରକୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଉପକନିଷ୍ଠ ବାଳକରେ ଅନିନ୍ଦ୍ୟ ଦାସ, ଶ୍ରେୟା˚ସ ସାହୁ, ନକୁଳ ଜାମୁଳା, ଆୟୂଷ ମହାନ୍ତି, ଦ୍ବାରିକାନାଥ ସ୍ବାଇଁ, ଅଙ୍କୁର ବିଶ୍ବାଳ, ସନ୍ତୋଷ ପ୍ରିତମ କ୍ବାର୍ଟର ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଉପକନିଷ୍ଠ ବାଳିକା କ୍ବାର୍ଟର ଫାଇନାଲ୍‌ରେ ଶ୍ବେତପଦ୍ମା ଦଳାଇ, ସୋହାଲିକା ସୋଦାଭରମ, ସୁଶ୍ରୀ ପଟ୍ଟନାୟକ ଓ ବୈଶାଖୀ ବଳ ବିଜୟୀ ହୋଇଛନ୍ତି। ସେହିପରି କ୍ୟାଡେଟ ବାଳକ କ୍ବାର୍ଟର ଫାଇନାଲ୍‌ରେ ଅନିନ୍ଦ୍ୟ ଦାସ, ଜିଜ୍ଞାସୁ ସାହୁ, ଅର୍ଚ୍ଚିତ ବେହେରା, ଶ୍ରେୟାନ ଧର ବିଜୟୀ ହୋଇ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। କ୍ୟାଡେଟ ବାଳିକାରେ ସିଧିକା ସଦାଭରମ୍‌-ସାକ୍ଷୀ ଭଗତ, ଭୂମିକା ବଳ-ଉର୍ଜା ବର୍ମା ସେମି ଫାଇନାଲ୍‌ରେ ଭେଟାଭେଟି ହେବେ।

ସମ୍ବନ୍ଧିତ ଖବର