ରାଜ୍ୟ ଟି ଟି ପ୍ରତିଯୋଗିତା ଉଦ୍‌ଯାପିତ: ଆଝାର ପୁରୁଷ, ମୟୂରୀ ମହିଳା ବିଜେତା

କଟକ: ଜବାହରଲାଲ୍‌ ନେହରୁ ଇଣ୍ତୋର ଷ୍ଟାଡିୟମରେ ଚାଲିଥିବା ରାଜ୍ୟ ଟେବୁଲ ଟେନିସ୍‌ ପ୍ରତିଯୋଗିତା ଶନିବାର ଉଦ୍‌ଯାପିତ ହୋଇଛି। ପୁରୁଷ ଏକକ ଫାଇନାଲ୍‌ରେ ମହମ୍ମଦ ଆଝାର ୪-୧ରେ ସାହିଲ ସୁମନ ଭୂୟାଁଙ୍କୁ ଏବ˚ ମହିଳା ଏକକରେ ମୟୂରୀ ଚାଟାର୍ଜୀ ୩-୧ରେ ଶ୍ବେତପଦ୍ମା ଦଳାଇଙ୍କୁ ହରାଇ ବିଜେତା ହୋଇଛନ୍ତି। ୟୁଥ ବାଳକରେ ରୋହିତ ହାଲଦାର ୩-୧ରେ ସାହିଲଙ୍କୁ, କନିଷ୍ଠ ବାଳକରେ ସାହିଲ ୪-୦ରେ ମୋହିତ ବେହୁରାଏଙ୍କୁ ହରାଇ ଟ୍ରଫି ଜିତିଥିଲା ବେଳେ ବାଳିକା ଏକକରେ ରାଉଣ୍ତ ରବିନ୍‌ ପର୍ଯ୍ୟାୟ ପରେ ୟୋସିତା ଜାମୁଲା ବିଜେତା ଓ ଶ୍ବେତପଦ୍ମା ଦଳାଇ ଉପ ବିଜେତା ହୋଇଛନ୍ତି। ଉପ କନିଷ୍ଠ ବାଳକ ଏକକ ଫାଇନାଲ୍‌ରେ ନକୁଳ ଜାମୁଲା ୪-୨ରେ ଅଙ୍କୁର ବିଶ୍ବାଳଙ୍କୁ, ବାଳିକା ଏକକ ଫାଇନାଲ୍‌ରେ ଶ୍ବେତପଦ୍ମା ଦଳାଇ ୪-୧ରେ ସୁଶ୍ରୀ ପଟ୍ଟନାୟକଙ୍କୁ, କ୍ୟାଡେଟ ବାଳକ ଏକକରେ ଆନିନ୍ଦ୍ୟ ଅନୁପମ ଦାସ ୩-୧ରେ ଶ୍ରେୟାନ ଧରଙ୍କୁ, ବାଳିକାରେ ଉର୍ଜା ବର୍ମା ୩-୨ରେ ସାଧିକା ସୋଦାବରମଙ୍କୁ ପରାସ୍ତ କରି ବିଜେତା ହୋଇଥିଲେ। କନିଷ୍ଠ ବାଳକ ଯୁଗଳରେ ମୋହିତ ବେହୁରାଏ ଓ ସାହିଲ ସୁମନ ଭୂୟାଁଙ୍କ ଯୋଡ଼ି ୩-୦ରେ ଅବିନାଶ ତ୍ରିପାଠୀ ଓ ଶାସ୍ବତ ବଳଙ୍କ ଯୋଡ଼ିକୁ ହରାଇ ବିଜେତା ହୋଇଥିଲେ। ଭେଟେରାନ ବିଭାଗର ୪୦ ବର୍ଷରୁ ଅଧିକରେ ଫୈଜଲ ମହମ୍ମଦ ୩-୨ରେ ଦେବାଶିଷ ଗୋପ୍‌ଙ୍କୁ, ୬୦ ବର୍ଷରୁ ଅଧିକରେ ଆର‌୍‌ କେ ସାହୁ ୩-୨ରେ ପିକେ ସାମନ୍ତରାୟଙ୍କୁ ହରାଇଥିଲା ବେଳେ ଭେଟେରାନ୍‌ ମହିଳା ବିଭାଗରେ ରାଉଣ୍ତ ରବିନ୍‌ ପର୍ଯ୍ୟାୟ ଶେଷ ହେବା ପରେ ରୁବିନା ୟୁନୁସ ବିଜେତା ଓ ପ୍ରତିମା ପଲ୍‌ ଉପବିଜେତା ହୋଇଥିଲେ। ଭେଟେରାନ୍‌ ଯୁଗଳ ଫାଇନାଲ୍‌ରେ ଡି ଗୋପ୍‌ ଓ ଏଲ୍‌ଆର‌୍‌ ଭଞ୍ଜଙ୍କ ଯୋଡ଼ି ୩-୦ରେ ତପନ ଖା ଓ ଶ୍ରୀନିବାସ ଦାସଙ୍କ ଯୋଡ଼ିକୁ ହରାଇଥିଲେ।

ଉଦ୍‌ଯାପନୀ ସମାରୋହରେ ଇଡ୍‌କୋ ସିଏମ୍‌ଡି ସ˚ଜୟ ସି˚ହ ମୁଖ୍ୟ ଅତିଥି ଓ ସିଏମ୍‌ସି କମିସନର ଅନନ୍ୟା ଦାସ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ସୟଦ ମକବୁଲ ଅଲ୍ଲୀ, ରାଜ୍ୟ ଟେବୁଲ ଟେନିସ ସ˚ଘ ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା, ଉପ ସଭାପତି ଚିତ୍ତର˚ଜନ ମହାନ୍ତି, କୋଷାଧ୍ୟକ୍ଷ ନିହାର ର˚ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଯୋଗିତାକୁ ସୁଜିତ ରାୟ, ଜୀବନ ବଲ୍ଲଭ ସାମଲ, ତପନ ଖା, ବିଜନ ଦାସ ମହାପାତ୍ର, କେଏସ୍‌ଏନ୍‌ ମୂର୍ତ୍ତି, କେଭିପି ରାମାରାଓ, କଲ୍ଲୋଳ ଗାଙ୍ଗୁଲି, ଶ୍ବେତା ସାହୁ, ନାସରାତୁନ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର