ରାଜ୍ୟ ଟିଟି ଉଦ୍‌ଘାଟିତ : ମହିଳା ଏକକ ସେମିରେ ମୟୂରୀ, ବର୍ଷା

କଟକ : ଓଡ଼ିଶା ରାଜ୍ୟ ଟେବୁଲ ଟେନିସ୍‌ (ଟିଟି) ସ˚ଘ ଆନୁକୂଲ୍ୟରେ ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ୨୬ତମ ରାଜ୍ୟ ଟିଟି ପ୍ରତିଯୋଗିତା ଆରମ୍ଭ ହୋଇଛି। ରାଜ୍ୟ ସ˚ଘ ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା, ଉପସଭାପତି ଚିତ୍ତର˚ଜନ ମହାନ୍ତି, କୋଷାଧ୍ୟକ୍ଷ ଚୌଧୁରୀ ନିହାର ର˚ଜନ ମିଶ୍ର ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ପ୍ରତିଯୋଗିତାରେ ପାଖାପାଖି ୨୦୦ ପ୍ରତିଯୋଗୀ ଅ˚ଶଗ୍ରହଣ କରିଛନ୍ତି। ମୁଖ୍ୟ ରେଫରି ସୁଜିତ ରାୟ, ଜୀବନ ବଲ୍ଲଭ ସାମଲ, ବିଜନ ଦାସ ମହାପାତ୍ର, କେଏସ୍‌ଏନ୍‌ ମୂର୍ତ୍ତି, କଲ୍ଲୋଳ ଗାଙ୍ଗୁଲି ମ୍ୟାଚ୍‌ଗୁଡ଼ିକ ପରିଚାଳନା କରୁଛନ୍ତି।

ରବିବାର ପ୍ରଥମ ଦିନରେ ମହିଳା ଏକକରେ ମୟୂରୀ ଚାଟାର୍ଜୀ ଓ ବର୍ଷା ପଣ୍ତା ସେମିଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। କ୍ବାର୍ଟର ଫାଇନାଲ୍‌ରେ ଦୁହେଁ ଯଥାକ୍ରମେ ପାୟଲ ପାଣି ଓ ସାକ୍ଷୀ ଅଗ୍ରଵାଲଙ୍କୁ ପରାସ୍ତ କରିଥିଲେ। ଏମାନଙ୍କ ବ୍ୟତୀତ ଅଞ୍ଜଳି ଅଗ୍ରଵାଲ, ସ୍ବୀକୃତି ଭଗତ, ଗାୟତ୍ରୀ ମିତ୍ର, ବୈଶାଖୀ ବଳ, ୟୋସିତା ଜାମୁଲା, ଶ୍ବେତପଦ୍ମା ଦଳାଇ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଯୁବ ବାଳକ ଏକକରେ ତୁହିନ ବାରିକ, ସୌମ୍ୟର˚ଜନ ପତି, ମୋହିତ ବେହୁରାୟ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। କ୍ୟାଡେଟ ବାଳକରେ ପ୍ରତ୍ୟୁଷ, ଜିଜ୍ଞାସୁ ସାହୁ ଓ ଜୟସ୍ତୁ କ୍ବାର୍ଟର ଫାଇନାଲ୍‌ରେ ବିଜୟୀ ହୋଇ ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି। କ୍ୟାଡେଟ ବାଳିକାରେ ସାଦିକା ସୋଦାଭରମ ଓ ଊର୍ଜା ବର୍ମା ସେମିଫାଇନାଲ୍‌ରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର