ରାଜ୍ୟ ୧୦ ବର୍ଷରୁ କମ୍‌ ଚେସ୍‌: ଶିୟମ, ଜ୍ୟୋତିକା ବିଜେତା

କଟକ: ଟ୍ରିପଲ ସି’ ଚେସ୍‌ କ୍ଲବ୍‌ ଓ ମାଷ୍ଟର ଚେସ୍‌ ଫାଉଣ୍ଡେସନ୍‌ର ମିଳିତ ଆନୁକୂଲ୍ୟରେ ଶୈଳବାଳା ମହିଳା ମହାବିଦ୍ୟାଳୟରେ ଆୟୋଜିତ ରାଜ୍ୟ ୧୦ ବର୍ଷରୁ କମ୍‌ ଓପନ୍‌ ଓ ବାଳିକା ଚେସ୍‌ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଛି। ଓପନ୍‌ରେ ଖୋର୍ଦ୍ଧାର ଶିୟମ ସତ୍ୟା˚ଶ ପୂର୍ଣ୍ଣ ୬ ପଏଣ୍ଟ୍‌ ପାଇ ବିଜେତା ହୋଇଥିଲା ବେଳେ ବାଳିକାରେ କଟକର ଜ୍ୟୋତିକା ସାହୁ ସାଢ଼େ ୫ ପଏଣ୍ଟ୍‌ ପାଇ ଶୀର୍ଷରେ ରହିଥିଲେ।

ଓପନ୍‌ ବିଭାଗର ଷଷ୍ଠ ରାଉଣ୍ଡରେ ଶିୟମ ସୁନ୍ଦରଗଡ଼ର ଦେବପ୍ରିୟ ବିଶ୍ବାଳଙ୍କୁ ହରାଇଥିଲା ବେଳେ ବାଳିକାରେ ଜ୍ୟୋତିକା ଓ ହର୍ଷିତା ସି˚ହଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଅମୀମା˚ସିତ ରହିଥିଲା। ଏମାନଙ୍କ ବ୍ୟତୀତ ଓପନ୍‌ରେ ଆର୍ଯ୍ୟନ ବେହେରା, ପ୍ରତୀକ କୁଶଲ ରାଉତ, ସ୍ବସ୍ତିକ ଶୁଭମ ପଟ୍ଟନାୟକ, ଦେବପ୍ରିୟ ବିଶ୍ବାଳ, ବିହାନ ରେଡ୍ଡୀ, ମନିଷ ମିଶ୍ର, ଅର୍କ ମିଶ୍ର ୫ ପଏଣ୍ଟ୍‌ ଲେଖାଏଁ ପାଇଥିଲା ବେଳେ ବାଳିକାରେ ରିତିକା ଜେନା ଓ ଇଶାନି ଦାସ ୫ପଏଣ୍ଟ, ହର୍ଷିତା ସି˚ହ, ସମିନା ସ୍ବାଇଁ ସାଢେ ୪ ପଏଣ୍ଟ ପାଇଛନ୍ତି। ଆନ୍ତର୍ଜାତିକ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ ଓ ଫିଡେ ଆର୍ବିଟର ସନ୍ତୋଷ କୁମାର ମହାପାତ୍ର ପ୍ରତିଯୋଗିତା ପରିଚାଳନା କରିଥିଲେ। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଶୈଳବାଳା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ସୁଲେଖା ସୁନ୍ଦରୀ ସ୍ବାଇଁ ମୁଖ୍ୟ ଅତିଥି, ଏଆଇସିଏଫ୍‌ ଯୁଗ୍ମ ସମ୍ପାଦକ ର˚ଜନ କୁମାର ମହାନ୍ତି, ଓଡ଼ିଶା ଚେସ୍‌ ସ˚ଘ ସମ୍ପାଦକ ଦେବବ୍ରତ ଭଟ୍ଟ, ଏସ୍‌ଆର‌୍‌ ଚେସ୍‌ କେନ୍ଦ୍ରର ନିର୍ଦ୍ଦେଶକ ସତ୍ୟର˚ଜନ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟ୍ରିପଲ ସି’ ଚେସ୍‌ କ୍ଲବ୍‌ ଓ ମାଷ୍ଟର ଚେସ୍‌ ଫାଉଣ୍ଡେସନ୍‌ର ବିରଞ୍ଚି ନାରାୟଣ ସାହୁ, ବିଶ୍ବଜିତ ରାଏ, କମଳାକାନ୍ତ ବିଶୋୟୀ, ବିକ୍ରମ କେଶରୀ ବିଶ୍ବାଳ ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର