ରାଜ୍ୟ ୧୧ ବର୍ଷରୁ କମ୍‌ ଚେସ୍‌: ଆର୍ଯ୍ୟନ, ସନ୍ଦୀପା ବିଜେତା

ଭୁବନେଶ୍ବର: କେନ୍ଦ୍ରାପଡା ଜିଲ୍ଲା ଚେସ୍‌ ସଂଘ ଏବଂ ନିଖିଳ ଓଡ଼ିଶା ଚେସ୍‌ ସଂଘ ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ରାଜ୍ୟ ୧୧ ବର୍ଷରୁ କମ ବାଳକ ଓ ବାଳିକା ଓପନ ଚେସ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଦ୍ବିତୀୟ ବୈଷ୍ଣବ ପରିଡା ସ୍ମାରକୀ ଚେସ୍‌ ପ୍ରତି‌ଯୋଗିତା ସୋମବାର ଶେଷ ହେବ। ବାଳକ ଓ ବାଳିକା ବିଭାଗର ଉଭୟ ଶ୍ରେଷ୍ଠ ୧୦ ଜଣ ଖେଳାଳିଙ୍କୁ ନଗଦ ଅର୍ଥ ରାଶି ସହିତ ଟ୍ରଫି ପୁରସ୍କାର ଦିଆଯାଇଥିଲା। ବାଳକ ବିଭାଗରେ ଯାଜପୁରର ଆର୍ଯ୍ୟନ୍ ବେହେରା ଓ ପୁରୀର ଆୟୁଷ୍ମାନ ମହାନ୍ତି ସମାନ ୫ ପଏଣ୍ଟ ଲେଖାଏଁ ପାଇ ବିଜେତା ଓ ଉପ ବିଜେତା ହୋଇଛନ୍ତି। ବାଳିକାରେ କଟକର ସନ୍ଦୀପା ପ୍ରିୟଦର୍ଶିନୀ ସାହୁ ଓ ଜ୍ୟୋତିକା ସାହୁ (ଉଭୟ ୪.୫ ପଏଣ୍ଟ) ପ୍ରଥମ ଦୁଇ ସ୍ଥାନରେ ରହିଥିଲେ। ଏହି ୪ ଜଣ ଜାତୀୟ ୧୧ ବର୍ଷରୁ କମ୍‌ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଓପନ୍‌ରେ ବିଶ୍ବପ୍ରୀତ୍‌ ରୟ (୫), ସାଇଶକ୍ତି ପଣ୍ଡା, ତନ୍ମୟ ତଲିନ ବେହେରା (ଉଭୟ ୪.୫ ପଏଣ୍ଟ), ଶାନ୍ତନୁ କୁମାର ଦାଶ, ବିନାୟକ କୁମାର ସାମଲ, ଶୁଭମ ପ୍ରତୀକ ମିଶ୍ର, ଜୟଦିତ୍ୟ ପାଢ଼ୀ, ମନୀଷ ମିଶ୍ର (ପ୍ରତ୍ୟେକ ୪ ପଏଣ୍ଟ) ଯଥାକ୍ରମେ ତୃତୀୟରୁ ଦଶମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ବାଳିକାରେ ପ୍ରତ୍ୟାଶା ଜେନା, ଶ୍ରଦ୍ଧା ସ୍ମରଣିକା ନନ୍ଦ (ଉଭୟ ୪.୫ ପଏଣ୍ଟ୍‌), ନୀତିଶା ସୁର୍‌, ଆୟୂଷୀ ମହାନ୍ତି, ଶୁଭସ୍ମିତା ପ୍ରିୟଦର୍ଶିନୀ (ପ୍ରତ୍ୟେକ ୪ ପଏଣ୍ଟ), ସାଇ ବିଦ୍ୟାଶ୍ରୀ (୩.୫), ଅଦିତି ମହାରଣା, ମୌକ୍ତିକା ନାୟକ (ଉଭୟ ୩ ପଏଣ୍ଟ) ଯଥାକ୍ରମେ ତୃତୀୟରୁ ଦଶମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ।

ନିହାର ରଞ୍ଜନ ସାସମଲ୍, ବିକ୍ରମ ବିଶ୍ବାଳ ଏବଂ କ୍ରୀଡାବିତ୍ ଜ୍ୟୋତିର୍ମୟୀ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରବିବାରର ଉଦ୍‌ଯାପନୀ ଉତ୍ସବରେ ଭାଜପା ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ଚେସ୍‌ ସଂଘ ସଭାପତି ଇଂ ଦେବବ୍ରତ ସ୍ୱାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଉପସଭାପତି ଲଲାଟ କେଶରୀ ସାମଲ, ବରିଷ୍ଠ ନେତା ସୁନାକର ବେହେରା, ବିଶିଷ୍ଟ ସ୍ତମ୍ଭକାର କ୍ଷୀରୋଦ ରଥ, ଯାଜପୁର ୟୁନାଇଟେଡ ଚେସ୍‌ ସଂଘ ସମ୍ପାଦକ ମନୋଜ ପରିଡା ଓ ବିଶିଷ୍ଟ ସମାଜସେବୀ ଧନଞ୍ଜୟ ସାବତ ଯୋଗଦେଇଥିଲେ। ସମ୍ପାଦକ ତଥା ଏଓସିଏ କୋଷାଧ୍ୟକ୍ଷ ଭବେଶ ମହାନ୍ତି ବିବରଣୀ ପାଠ କରିଥିଲେ। କାର୍ଯ୍ୟକାରୀ ସଭାପତି ହାଡିବନ୍ଧୁ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର