ଭୁବନେଶ୍ବର: କଟକ ବାରବାଟୀ ଷ୍ଟାଡିୟମ୍‌ସ୍ଥିତ ହର୍ସ ଗେଟ୍‌ ହଲ୍‌ ପରିସରରେ ରାଜ୍ୟ ୧୫ ବର୍ଷରୁ କମ୍‌ ଚେସ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହି ତିନିଦିନିଆ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଓପନ୍‌ ବର୍ଗରେ ୯୭ ଜଣ ଓ ବାଳିକାରେ ୫୨ ଜଣ ଅଂଶଗ୍ରହଣ କରିଛନ୍ତି। ମୋଟ୍‌ ୪୮ ଜଣ ଫିଡେ ରେଟେଡ୍‌ ଖେଳାଳି ଅଛନ୍ତି। ଓପନ୍‌ ବର୍ଗରେ ଗଞ୍ଜାମର ଶ୍ରୀହାନ୍‌ ସାବତ ଟପ୍‌ ସିଡ୍‌ ଓ କଟକର ସ୍ବସ୍ତିକ ଶୁଭମ ପଟ୍ଟନାୟକ ଦ୍ବିତୀୟ ସିଡ୍‌ ମାନ୍ୟତା ପାଇଛନ୍ତି। ବାଳିକା ବର୍ଗରେ ଗଞ୍ଜାମର ସ୍ନେହାଯୁକ୍ତା ବେହେରା ଟପ୍‌ ସିଡ୍‌ ଓ କଟକର ଶ୍ରଦ୍ଧା ସ୍ମରଣିକା ନନ୍ଦ ଦ୍ବିତୀୟ ସିଡ୍‌ର ମାନ୍ୟତା ପାଇଛନ୍ତି। ମୋଟ୍‌ ୭ ରାଉଣ୍ଡରେ ଖେଳ ଅନୁଷ୍ଠିତ ହେବ। 

Advertisment

ପ୍ରଥମ ଦିନରେ ଶେଷ ହୋଇଥିବା ଦ୍ବିତୀୟ ରାଉଣ୍ଡ ଖେଳ ଶେଷ ସୁଦ୍ଧା ବାଳିକା ବର୍ଗରେ ‌ସ୍ନେହାଯୁକ୍ତା ବେହେରା, ଜୟଲକ୍ଷ୍ମୀ ସାହୁ, ଶ୍ରଦ୍ଧା ସ୍ମରଣିକା ନନ୍ଦ, ଈଶାନି ଦାସ, ଦୃଷ୍ଟି ପ୍ରଧାନ, ଅଦିତି ମହାରଣା, ସୃଷ୍ଟି ଶ୍ରେୟସି, ସ୍ବୟଂଶ୍ରୀ ସାଇସ୍ନାତା, ସାନ୍‌ଭି ମିଶ୍ର, ସୃଜନୀ ଷଡ଼ଙ୍ଗୀ, ଜ୍ୟୋତିଷ ସାହୁ, ଅନୁଶ୍ରୀ ପାଢ଼ୀ, ନିଭୃତା ପଟ୍ଟନାୟକ, ଜାହ୍ନବୀ ମିଶ୍ର ପ୍ରମୁଖ ପୂର୍ଣ୍ଣ ପଏଣ୍ଟ ପାଇ ମିଳିତ ଅଗ୍ରଣୀ ରହିଛନ୍ତି। ଓପନ୍‌ ବର୍ଗରେ ଶ୍ରୀହନ୍‌ ସାବତ୍‌, ସ୍ବସ୍ତିକ ଶୁଭମ୍‌ ପଟ୍ଟନାୟକ, ପ୍ରତ୍ୟାଶା ଜେନା, ଆର୍ଯ୍ୟନ୍‌ ବେହେରା, ଆଦିତ୍ୟ ବିକ୍ରମ ମିଶ୍ର, ଲଳିତ ରଂଜନ ସାହୁ, ବିଶ୍ବପ୍ରୀତ ରାୟ, ହିମାଂଶୁ ନାୟକ, ଆୟୁଷ ଆର୍ଯ୍ୟନ୍‌ ମହାପାତ୍ର, ପ୍ରତ୍ୟୁଷ ନାୟକ, ଜିତେଶ ସାମଲ, ଦେବର୍ପିତ ମିଶ୍ର, ସନ୍ଦୀପା ପ୍ରିୟଦର୍ଶିନୀ ସାହୁ, ରିତ୍ବିକ୍‌ରାଜ ମିଶ୍ର, କେ ସାଇକ୍ରୀଷ୍ଣା ଦୋରା, ଈଶାନ ପାଣିଗ୍ରାହୀ ପ୍ରମୁଖ ୨ ପଏଣ୍ଟ ଲେଖାଏଁ ପାଇ ମିଳିତ ଅଗ୍ରଣୀ ପାଇଛନ୍ତି।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ଅଲିମ୍ପିକ୍‌ ସଂଘର ସମ୍ପାଦକ ଅଭିଜିତ୍‌ ପାଲ୍‌ ଓ କଟକ ଜିଲ୍ଲା ଚେସ୍‌ ସଂଘ ବରିଷ୍ଠ ସଦସ୍ୟ ଚୌଧୁରୀ ପ୍ରଦ୍ୟୁମ୍ନ କେଶରୀ ମିଶ୍ର ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲା ଚେସ୍‌ ସଂଘର ମୁଖ୍ୟ ଉପଦେଷ୍ଠା ରଂଜନ ମହାନ୍ତି, ଫନୀନ୍ଦ୍ର ନାଥ ମହାନ୍ତି, ବରିଷ୍ଠ ଉପସଭାପତି ସନ୍ତୋଷ କୁମାର ପୃଷ୍ଟି, କ୍ରୀଡ଼ା ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବିଶୋଇ, ସଂପାଦକ ଅଜୟ କୁମାର ନାୟକ, କୋଷାଧ୍ୟକ୍ଷ ରାଜେନ୍ଦ୍ର କୁମାର ସେଠୀ, ଜୀବନ ବଲ୍ଲଭ ସାମଲ, ସୁଧୀର କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଯୋଗିତାକୁ ଆନ୍ତର୍ଜାତିକ ଆର୍ବିଟର ନିହାର ରଂଜନ ସାସ୍‌ମଲ ଓ ତାପସ ମହାନ୍ତି, ଫିଡେ ଆର୍ବିଟର ପିଙ୍କି ମହାପାତ୍ର ପରିଚାଳନା କରୁଛନ୍ତି। ଜ୍ୟୋତିପ୍ରକାଶ ମହାପାତ୍ର, ଶ୍ରୀତମ ପୃ‌‌ଷ୍ଟି, ରିତିକ ସାହୁ ସହଯୋଗ କରୁଛନ୍ତି।