ରାଜ୍ୟ ଉଷୁ ଝାରସୁଗୁଡ଼ାରେ

ଭୁବନେଶ୍ୱର: ଉଷୁ ଆସୋସିଏସନ୍‌ ଅଫ୍‌ ଓଡ଼ିଶା ଏବଂ ଝାରସୁଗୁଡ଼ା ଜିଲ୍ଲା ଉଷୁ ସଂଘ ମିଳିତ ଆନୁକୂଲ୍ୟରେ ଅଗଷ୍ଟ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟ ଉଷୁ ପ୍ରତିଯୋଗିତା ଅନୁଷ୍ଠିତ ହେବ। ୩ ଦିନ ଧରି ହେବାକୁ ଥିବା ଏହି ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠ ବର୍ଗର ଉଭୟ ପୁରୁଷ ଓ ମହିଳା ଖେଳାଳି ଭାଗ ନେଇପାରିବେ। ଖେଳାଳିଙ୍କ ପ୍ରଦର୍ଶନ ଆଧାରରେ ଅକ୍ଟୋବର ୧୦ରୁ ୧୫ ତାରିଖ ମଧ୍ୟରେ ମେଘାଳୟର ସିଲଂଠାରେ ହେବାକୁ ଥିବା ରାଜ୍ୟ ବରିଷ୍ଠ ଉଷୁ ପ୍ରତିଯୋଗିତା ଲାଗି ଖେଳାଳି ଚୟନ କରାଯିବ। ସେହିଭଳି କୋଏମ୍ବାଟୁରରେ ଡିସେମ୍ବର ୨୪ରୁ ୨୯ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ଜାତୀୟ କନିଷ୍ଠ ପ୍ରତିଯୋଗିତା ଲାଗି ମଧ୍ୟ ଓଡ଼ିଶା ଦଳ ଚୟନ କରାଯିବ।

ସମ୍ବନ୍ଧିତ ଖବର