ରାଜ୍ୟ ଭଲିବଲ୍‌: ବାଲେଶ୍ବର ବିଜେତା

କାମାକ୍ଷାନଗର: କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ୍‌ରେ ଚାଲିଥିବା ୬୭ତମ ରାଜ୍ୟ ଭଲିବଲ୍‌ ପ୍ରତିଯୋଗତା ସୋମବାର ଶେଷ ହୋଇଛି। ରବିବାର ମହିଳା ବିଭାଗ ଫାଇନାଲ୍‌ ମ୍ୟାଚ୍‌ ପୂର୍ବତଟ ରେଳବାଇ ପୂର୍ବତଟ ରେଳବାଇ ୩-୦ ‌ରେ କିଟ୍‌କୁ ହରାଇ ବିଜେତା ହୋଇଥିଲା। ମାଲକାନଗିରି ୩ୟ ସ୍ଥାନ ପାଇଥିଲା। ସୋମବାରା ପୁରୁଷ ବିଭାଗ ଫାଇନାଲ୍‌ ମ୍ୟାଚ୍‌ କେନ୍ଦ୍ରାପଡ଼ାକୁ ୩-୧ରେ (୨୦-୨୫, ୨୫-୨୩, ୨୫-୨୩, ୨୫-୧୮) ହରାଇ ବାଲେଶ୍ବର ବିଜେତା‌ ହୋଇଛି। କେନ୍ଦୁଝର ୩-୧ରେ ଭୁବନେଶ୍ବରକୁ ହରାଇ ତୃତୀୟ ସ୍ଥାନ ଲାଭ କରିଥିଲା।


କାମାକ୍ଷାନଗର ଉପଜିଲ୍ଲାପାଳ ତଥା କ୍ରୀଡ଼ା ସଂସଦ ସଭାପତି ବିଷ୍ଣୁପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ରାଜ୍ୟ ଖଣି, ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟ ଅତିଥି, ପାଳଲହଡ଼ା ବିଧାୟକ ମହେଶ ସାହୁ, ରାଜ୍ୟ ବିଜେଡ଼ି ସାଧାରଣ ସଂପାଦକ ସୁଧୀର ସାମଲ, କାମାକ୍ଷାନଗର କ୍ରୀଡ଼ା ସଂସଦ ଉପସଭାପତି ଧର୍ମାନନ୍ଦ ପରିଡ଼, ରାଜ୍ୟ ଭଲିବଲ୍‌ ଉପସଭାପତି ଆକମଲ ଅଲ୍ଲୀ, ଯୁଗ୍ମସଂପାଦକ ଆଦିତ୍ୟ ଆଚାର୍ଯ୍ୟ, କାମାକ୍ଷାନଗର ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଦୀପ୍ତ ମହାନ୍ତି, ମେଜର୍‌ ପ୍ରଭାତ ଦାସ, ମଙ୍ଗୁତଲାଲ କଟାରିକା, ମାୟାଧର ପାଣି, ବାସୁଦେବ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜେତା, ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଶିକ୍ଷକ ନିରଂଜନ ସାହୁ ଅତିଥି ପରିଚୟ ଦେଇଥିଲେ। ଘୋଷକ ବିପିନ ବିହାରୀ ସାହୁ ଧାରାବିବରଣୀ ଦେଇଥିଲେ।

ସମ୍ବନ୍ଧିତ ଖବର