ଭୁବନେଶ୍ବର: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲଠାରେ ଆୟୋଜିତ ୨୭ତମ ରାଜ୍ୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତା ସୋମବାର ଉଦ୍ଯାପିତ ହୋଇଯାଇଛି। ଏଥିରେ ଅନୁପମା ସ୍ବାଇଁ ମହିଳା ଶ୍ରେଷ୍ଠ ଏବଂ ରାକେଶ ଭୁକ୍ତ ପୁରୁଷ ଶ୍ରେଷ୍ଠ ମାନ୍ୟତା ଅର୍ଜନ କରିଥିଲେ। ଏହି ପ୍ରତିଯୋଗିତାରେ ୨୦୦ ପ୍ରତିଯୋଗୀ ଭାଗନେଇଥିଲା ବେଳେ ଖୋର୍ଦ୍ଧା ଜିଲ୍ଲା ଦଳଗତ ବିଜେତା ଓ ମୟୂରଭଞ୍ଜ ଉପବିଜେତା ହୋଇଥିଲା। ପୁରସ୍କାର ବିତରଣ ଉତ୍ସବରେ ଅତିଥିଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ରିଜର୍ଭ ଇନ୍ସ୍ପେକ୍ଟର ଏଲ୍ ବିଜୟରତ୍ନମ ଯୋଗ ଦେଇଥିଲେ। ରାଜ୍ୟ ଶକ୍ତିଉତ୍ତୋଳନ ସଂଘ ସଭାପତି କଲିକେଶ ନାରାୟଣ ସିଂହଦେଓ, ସମ୍ପାଦକ ଚିତ୍ତରଂଜନ ସ୍ବାଇଁ ଏବଂ ହରିପ୍ରସାଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷ ଦିବସର ସ୍ବର୍ଣ୍ଣ ବିଜେତାମାନେ ହେଲେ ଦେବୀ ସିଂହ (୩), ଅନୁପମା ସ୍ବାଇଁ (୨), ଭାରତୀ ପାତ୍ର (୨), ସିମ୍ରନ ମହାପାତ୍ର (୨), ପ୍ରଭାତୀ ସିଂହ, ଧୁଲଣା ନାୟକ, ଜୀରା ପ୍ରଧାନ, ପ୍ରିୟଦର୍ଶିନୀ, ସୌମ୍ୟା ଲାକ୍ରା, ଚନ୍ଦ୍ରବଦନୀ ମହାତ, ମନୀଷା କେ ବେଉରା, ଅଙ୍କିତା ମହାଲ, ସୁସମିନି ପାଲଟାସିଂହ, ଅନୁଷ୍କା ପ୍ରିୟଦର୍ଶିନୀ, ମନ୍ଦାକିନୀ ଦାସ, ନିବେଦିତା ଦାସ, ଅଶ୍ବିନ କୁମାର ବିଶ୍ବାଳ, ଆଦିତ୍ୟ କୁମାର ପରିଡ଼ା, ସତ୍ୟବ୍ରତ ବେହେରା, ଚିତ୍ତରଂଜନ ମିଶ୍ର ଓ ଅଶୋକ କୁମାର ରାଉଳ।
ରାଜ୍ୟ ଶକ୍ତିଉତ୍ତୋଳନ: ଅନୁପମା, ରାକେଶ ଶ୍ରେଷ୍ଠ
/sambad/media/post_attachments/wp-content/uploads/2019/12/dt8h4td86jh7dt8jh7d8jh4d56gh45dg6h4dddddddddg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)