ରାଜ୍ୟ ଭାରୋତ୍ତୋଳନ: ପଦକ ବାଣ୍ଟିନେଲେ ଗଂଜାମ, ଖୋର୍ଦ୍ଧା ଖେଳାଳି

ବ୍ରହ୍ମପୁର: ବ୍ରହ୍ମପୁର ଜଉରାସାହି ସ୍ଥିତ ବାସଭି କନ୍ୟକା ପରମେଶ୍ବରୀ କଳ୍ୟାଣ ମଣ୍ଡପଠାରେ ରାଜ୍ୟ ବରିଷ୍ଠ ଭାରୋତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପୁରୁଷ ବିଭାଗରେ ଗଂଜାମ ସର୍ବାଧିକ ପଦକ ହାସଲ କରିଥିବା ବେ‌ଳେ ମହିଳା ବିଭାଗରେ ଗଂଜାମ ଏବଂ ଖୋର୍ଦ୍ଧା ଜିଲ୍ଲାର ଖେଳାଳିଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। କୃତୀ ପ୍ରତିଯୋଗୀମାନେ ଆସନ୍ତା ‌ବର୍ଷ ଫେବ୍ରୁଆରି ୨ରୁ ୮ତାରିଖ ପର୍ଯ୍ୟନ୍ତ କୋଲ୍‌କାତାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ମହିଳା ବିଭାଗରେ ଖୋର୍ଦ୍ଧା ଜିଲ୍ଲାର ସୁଶୀଳା ମାଝୀ ୪୯ କେଜି ବର୍ଗରେ ମୋଟ ୧୫୫ କେଜି (୬୫+୯୦), ଅପରାଜିତା ଭୂୟାଁ ୫୫ କେଜି ବର୍ଗରେ ମୋଟ ୧୩୭ କେଜି (୬୨+୭୫), ଦେବକୀ ଖିଲ ୬୪ କେଜି ବର୍ଗରେ ମୋଟ ୧୪୯ କେଜି (୬୦+୮୯) ଭାରୋତ୍ତୋଳନ କରି ଯଥାକ୍ରମେ ପ୍ରଥମ ସ୍ଥାନ ହାସଲ କରିଥିଲେ। ସେହିପରି ଗଂଜାମର ପ୍ରତିଯୋଗୀଙ୍କ ମଧ୍ୟରୁ ୪୫ କେଜି ବର୍ଗରେ ସନ୍ଧ୍ୟାରାଣୀ ନାୟକ ମୋଟ ୧୧୮ କେଜି (୫୦ କେଜି+୬୮ କେଜି ), ୫୯ କେଜି ବର୍ଗରେ ସଂଗୀତା ପାଢ଼ୀ ମୋଟ ୧୩୮ କେଜି (୬୫+୭୩), ୮୧ କେଜି ବର୍ଗରେ ରାଜେଶ୍ବରୀ ବେହେରା ମୋଟ ୧୮୨ କେଜି (୧୦୦+୮୨) ଭାରୋତ୍ତୋଳନ କରି ଯଥାକ୍ରମେ ପ୍ରଥମ ହୋଇଛନ୍ତି।

ପୁରୁଷ ବିଭାଗରେ ଗଂଜାମର ଖମ୍ବେଶ୍ବର ମଲ୍ଲିକ ୫୫ କେଜି ବର୍ଗରେ ମୋଟ ୧୯୬ କେଜି (୮୫+୧୧୧), ୬୧ କେଜି ବର୍ଗରେ ଜଗଦୀଶ ନାୟକ ମୋଟ ୨୩୨ କେଜି (୧୦୦+୧୩୨), ୬୭ କେଜି ବର୍ଗରେ ସଚିନ ରାଉତ ମୋଟ ୨୭୦ କେଜି (୧୨୦+୧୫୦), ୭୩ କେଜି ବର୍ଗରେ କାହ୍ନୁଚରଣ ସାହୁ ମୋଟ ୨୭୬ କେଜି (୧୨୬+୧୫୦), ୯୬ କେଜି ବର୍ଗରେ ରାଜେଶ କୁମାର ଜେନା ମୋଟ ୨୮୦ କେଜି (୧୨୫+୧୫୫), ୧୦୪ କେଜି ବର୍ଗରେ ଆଦିତ୍ୟ କୁମାର ପରିଡ଼ା ମୋଟ ୨୧୮ କେଜି (୯୮+୧୨୦) ଭାରୋତ୍ତୋଳନ କରି ଯଥାକ୍ରମେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଖୋର୍ଦ୍ଧାର ଏକମାତ୍ର ଖେଳାଳି ଶକ୍ତି ପ୍ରସାଦ ସ୍ବାଇଁ ୮୧‌ କେଜି ବର୍ଗରେ ମୋଟ ୨୦୨ କେଜି (୮୫+୧୧୭) ଭାରୋତ୍ତୋଳନ କରି ପ୍ରଥମ ହୋଇଥିଲେ।

ସମ୍ବନ୍ଧିତ ଖବର