ରାଜ୍ୟ ଭାରୋତ୍ତୋଳନ ପାଇଁ ଖୋର୍ଦ୍ଧା ଦଳ ଚୟନ

ଭୁବନେଶ୍ବର: ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତା ପାଇଁ ରବିବାର ଖୋର୍ଦ୍ଧା ଜିଲ୍ଲା ଦଳ ଚୟନ କରାଯାଇଛି। ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍‌ଠାରେ ଆୟୋଜିତ ଚୟନ ଶିବିରରେ ଉତ୍କଳ କରାଟେ ସ୍କୁଲ୍‌, କିଟ୍‌ ବିଶ୍ବବିଦ୍ୟାଳୟ, କ୍ରୀଡ଼ା ଛାତ୍ରାବାସ ଏବଂ କିସ୍‌ରୁ ବିଭିନ୍ନ ବର୍ଗରେ ୨୨ ପୁରୁଷ ଓ ୧୫ ମହିଳା ପ୍ରତିଯୋଗୀଙ୍କ ସହିତ ୧୫ ଜଣ ଅଫିସିଆଲ ଭାଗ ନେଇଥିଲେ।

ପୁରୁଷ ବିଭାଗରେ ରାମ ଟୁଡୁ, ବିଭୂତିଭୂଷଣ ସାହୁ, ମିଥୁନ ଯୋଡ଼ିଆ, ଜ୍ୟୋତିରଞ୍ଜନ ସାହୁ, ରାଜୀବଲୋଚନ ପ୍ରଧାନ, ବିଜୟ କୁମାର ମୁର୍ମୁ, ସମ୍ବିତ କୁମାର ନାୟକ, ସୌମ୍ୟରଞ୍ଜନ ଦଳାଇ, ସ୍ବସ୍ତିକ କୁମାର ପଣ୍ଡା, ଲଳିତ କୁମାର ସାହୁ, ପୁନୀତ ଚନ୍ଦ୍ର ସାହୁ ଓ ଶୁଭକାନ୍ତ ବିଶ୍ବାଳ ଏବଂ ମହିଳା ବିଭାଗରେ ମମିତା ମଲିକ, ମିନା ସିଂହ, ତୁଳସୀ ଶବର, ଭବାନୀ ମଡିଙ୍ଗ୍‌, ସୁମିତ୍ରା ମଲିକ, ଦେବକୀ ଖଲ, ଅଞ୍ଜୁଳା ଗଣ୍ଡ, ମୋନାଲି ସାହୁ ଓ କେ ଅଭିଷିକ୍ତା ମନୋନୀତ ହୋଇଛନ୍ତି। ଚନ୍ଦ୍ରଶେଖର ସାହୁ, କୃଷ୍ଣଚନ୍ଦ୍ର ସାହୁ, ପି ଧର୍ମା ରାଓ, ପଦ୍ମିନୀ ମହାନ୍ତି, ସୌମ୍ୟ ଖୁଣ୍ଟିଆ, ଲକିରାଣୀ ପାତ୍ର, ଇଂ ଚିତ୍ତରଞ୍ଜନ ସ୍ବାଇଁ, ଡ. ହରିପ୍ରସାଦ ପଟ୍ଟନାୟକ, ଜାନକୀବଲ୍ଲଭ ମିଶ୍ର ଓ ଡ. ଗୌରୀ ମହାନ୍ତି ଚୟନ ଶିବିରକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର