ବ୍ରହ୍ମପୁର: ସ୍ଥାନୀୟ ଜଟେଶ୍ବର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗଂଜାମ ଜିଲ୍ଲା ସର୍ବାଧିକ ୫୫ ପଦକ (୨୩ ସ୍ବର୍ଣ୍ଣ, ୨୨ ରୌପ୍ୟ, ୧୦ଟି କାଂସ୍ୟ) ହାସଲ କରି ଦଳଗତ ବିଜେତା ହୋଇଛି। ଖୋର୍ଦ୍ଧା ଜିଲ୍ଲା ୪୩ ପଦକ (୨୦ଟି ସ୍ବର୍ଣ୍ଣ, ୧୧ଟି ରୌପ୍ୟ, ୧୨ଟି କାଂସ୍ୟ) ହାସଲ କରି ଉପବିଜେତା ହୋଇଛି। ଏହି ପ୍ରତିଯୋଗିତାରେ ୯ ଜିଲ୍ଲାର ୧୪୦ (୯୦ ପୁରୁଷ ଓ ୫୦ ମହିଳା) ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପୁରୁଷ ବିଭାଗର ଉଭୟ ଯୁବ ଏବଂ କନିଷ୍ଠ ବର୍ଗରେ ଖୋର୍ଦ୍ଧାର ସଦାନନ୍ଦ ବରିହା (୬୧ କେଜିରେ ୧୦୫ କେଜି ସ୍ନାଚ୍, ୧୩୦ କେଜି କ୍ଲିନ୍ ଓ ଜର୍କ ସହ ମୋଟ ୨୩୫ କେଜି) ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ବରିଷ୍ଠ ବର୍ଗରେ ଗଂଜାମର କାହ୍ନୁଚରଣ ସାହୁ (୮୧ କେଜିରେ ୧୨୫ କେଜି ସ୍ନାଚ୍, ୧୬୭ କେଜି କ୍ଲିନ୍ ଓ ଜର୍କ ସହ ମୋଟ ୨୯୨ କେଜି) ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ସେହିପରି ମହିଳା ଯୁବବର୍ଗରେ ଗଂଜାମର ଜ୍ୟୋତ୍ସ୍ନା ଶବର, କନିଷ୍ଠ ବର୍ଗରେ ଖୋର୍ଦ୍ଧାର ରିମା ଭୋଇ ଓ ବରିଷ୍ଠ ବର୍ଗରେ ଗଂଜାମର ପ୍ରମିଳା କିର୍ସାନି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଜ୍ୟୋତ୍ସ୍ନା ୪୦ କେଜିରେ (୪୮ କେଜି ସ୍ନାଚ୍, ୬୪ କେଜି କ୍ଲିନ୍ ଓ ଜର୍କ) ମୋଟ ୧୧୨ କେଜି, ରିମା ୫୯ କେଜିରେ (୮୧ କେଜି ସ୍ନାଚ୍, ୧୦୦ କେଜି କ୍ଲିନ୍ ଓ ଜର୍କ) ମୋଟ ୧୮୧ କେଜି ଏବଂ ପ୍ରମିଳା ୫୫ କେଜିରେ (୭୪ କେଜି ସ୍ନାଚ୍, ୯୭ କେଜି କ୍ଲିନ୍ ଓ ଜର୍କ) ମୋଟ ୧୭୧ କେଜି ଭାରୋତ୍ତୋଳନ କରି ପ୍ରଥମ ସ୍ଥାନ ହାସଲ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/54sfh654h65h4f65hf46fsh.jpg)