ରାଜ୍ୟ ଶକ୍ତିଉତ୍ତୋଳନ: ଖୋର୍ଦ୍ଧା ବିଜେତା

ଦେବାଶିଷ ଷ୍ଟ୍ରଙ୍ଗ ମ୍ୟାନ୍‌, ସୁଷମା ଷ୍ଟ୍ରଙ୍ଗ ଓମେନ୍‌

ଭୁବନେଶ୍ବର: ଓଡ଼ିଶା ଶକ୍ତିଉତ୍ତୋଳନ ସଂଘ ଆନୁକୂଲ୍ୟରେ ଉତ୍କଳ କରାଟେ ସ୍କୁଲ୍‌ଠାରେ ଆୟୋଜିତ ୨୯ତମ ରାଜ୍ୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଖୋର୍ଦ୍ଧାର ଦେବାଶିଷ ମହାନ୍ତି ଷ୍ଟ୍ରଙ୍ଗ ମ୍ୟାନ୍‌ ଏବଂ ମୟୂରଭଞ୍ଜର ସୁଷମା ରାୟ ଷ୍ଟ୍ରଙ୍ଗ ଓମେନ୍‌ ଆଖ୍ୟା ଅର୍ଜନ କରିଥିଲେ। ଖୋର୍ଦ୍ଧା ୧୨୮ (୬୨ ସ୍ବର୍ଣ୍ଣ, ୩୭ ‌ରୌପ୍ୟ, ୨୯ କାଂସ୍ୟ) ପଦକ ସହ ବିଜେତା ହୋଇଥିଲା ‌ବେଳେ ମୟୂରଭଞ୍ଜ ୨୧ (୧୨ ସ୍ବର୍ଣ୍ଣ, ୬ ‌ରୌପ୍ୟ, ୩ କାଂସ୍ୟ) ପଦକ ଉପବିଜେତା ଏବଂ କଟକ ୨୪ (୧୧ ସ୍ବର୍ଣ୍ଣ, ୧୧ ‌ରୌପ୍ୟ, ୨ କାଂସ୍ୟ) ପଦକ ସହ ତୃତୀୟ ସ୍ଥାନରେ ରହିଥିଲା।

ଉଦ୍‌ଯାପନୀ ଉତ୍ସବରେ ପୂର୍ବତନ ଭାରତ କୁମାର ବିରଜା ପ୍ରସାଦ ଦାସ, ଓଡ଼ିଶା ପୁଲିସ କ୍ରୀଡ଼ା ବିଭାଗର ମହମ୍ମଦ ସୟିଦ ଜବାର, ଗୌରୀ ମହାନ୍ତି, ଅନୁପମା ସ୍ବାଇଁ, ଚିତ୍ତରଂଜନ ସ୍ବାଇଁ, ପ୍ରଦୀପ ପାତ୍ର, ଶକ୍ତି ବାରିକ, ସମରେନ୍ଦ୍ର ରାଉତରାୟ ପ୍ରମୁଖ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ବିଭିନ୍ନ ଜିଲ୍ଲାରୁ ଭାଗନେଇଥିବା ଶକ୍ତିଉତ୍ତୋଳକ ମାନଙ୍କର ମାନ କ୍ରମଶଃ ବଢ଼ିବା ସହ ମହିଳା ପ୍ରତିଯୋଗୀମାନଙ୍କ ସଂଖ୍ୟା ମଧ୍ୟ ବଢ଼ିଛି ବୋଲି ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର