ରାଜ୍ୟ ମହିଳା ଚେସ୍‌: ସ୍ମାରକୀ ବିଜେତା

ଭୁବନେଶ୍ବର: କେନ୍ଦ୍ରାପଡ଼ାଠାରେ ଚାଲିଥିବା ରାଜ୍ୟ ମହିଳା ଚେସ୍ ପ୍ରତିଯୋଗିତା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ୫ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ କିଟ୍‌ର ପ୍ରତିନିଧିତ୍ବ କରିଥିବା କେନ୍ଦ୍ରାପଡ଼ା ଝିଅ ସ୍ମାରକୀ ମହାନ୍ତି (୪.୫ ପଏଣ୍ଟ) ବିଜେତା ହୋଇଥିବା ବ‌େଳେ ଖୋର୍ଧା ଜିଲ୍ଳା‌ର ମିରାକଲ୍ ପଣ୍ଡା (୪ ପଏଣ୍ଟ) ଉପ ବିଜେତା ହୋଇଛନ୍ତି। ଚେସ୍‌କୁ ପ୍ରତ୍ୟାବର୍ତନ କରିଥିବା ଶୂନ୍ୟାସକ୍ତା ଶତପଥୀ (୪)ଙ୍କ ସହିତ ନିରଜା ରାଉତ, ପ୍ରକୃତି ରାଉତ, ଅଞ୍ଜଳି ମିଶ୍ର (ପ୍ରତ୍ୟେକ ୩.୫), କୃଷ୍ଣା ମିଶ୍ର, ଋତୁସ୍ମିତା ବିଶ୍ବାଳ, ପ୍ରତ୍ୟାଶା ଜେନା, ରିପଲ୍‌ ପଣ୍ଡା (ସମସ୍ତେ ୩ ପଏଣ୍ଟ), ରଶ୍ମିତା କୁମାରୀ ପାତ୍ରୋ, ଆୟୂଷୀ ଦାସ, ସ୍ବୟଂଶ୍ରୀ ସାଇସ୍ନାତ, ନୀତିଶା ସୁର, ଆଦ୍ୟାଶା ଜେନା, ଆକାଂକ୍ଷା ଦାସ (ସମସ୍ତେ ୨ ପଏଣ୍ଟ) ପ୍ରମୁଖ ଶୀର୍ଷ ୧୫ରେ ରହିଥିଲେ। ଆଦ୍ୟାଶା ଜେନା, ଅୟୂଷୀ ଦାସ, ସ୍ବୟଂଶ୍ରୀ ସାଇସ୍ନାତଙ୍କୁ ବୟସ ବର୍ଗର ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଖୋର୍ଧା ଜିଲ୍ଲା ଚେସ୍ ସଂଘ ସଭାପତି ପ୍ରମୋଦ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ହାଡିବଂଧୁ ସିଂହ, ସମ୍ପାଦକ ଭବେଶ ମହାନ୍ତି, ଉପ ସଭାପତି ନାରାୟଣ ଦାସ, ଡିଏସ୍ ଲ’ କଲେଜ୍ ଉପାଧ୍ୟକ୍ଷ ଆର୍ ବଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରତିଯୋଗିତାର ପ୍ରଥମ ୪ ଜଣ ଖେଳାଳି ସ୍ମାରକୀ, ମିରାକଲ, ଶୂନ୍ୟାସକ୍ତା ଓ ନିରଜା ତାମିଲନାଡୁରେ ଖେଳାଯିବାକୁ ଥିବା ଜାତୀୟ ମହିଳା ଚେସ୍‌ରେ ଓଡ଼ିଶାର ପ୍ରତିନିଧିତ୍ବ କରିବାର ସୁଯୋଗ ପାଇବେ।

ସମ୍ବନ୍ଧିତ ଖବର