ରାଜ୍ୟ ମହିଳା ହକି: ଖୋର୍ଧା ଓ ସମ୍ବଲପୁରର ଗୋଲ୍‌ ବର୍ଷା

ରାଉରକେଲା: ଏଠାରେ ଚାଲିଥିବା ରାଜ୍ୟ ମହିଳା ହକି ପ୍ରତିଯୋଗିତାର ଦ୍ବିତୀୟ ଦିନରେ ୪ଟି ମ୍ୟାଚ୍‌ ଖେଳାଯାଇଥିଲା। ଉଦ୍‌ଘାଟନୀ ମ୍ୟାଚ୍‌ ଭଳି ଶନିବାର ଖେଳିଥିବା ଦ୍ବିତୀୟ ମ୍ୟାଚ୍‌କୁ ମଧ୍ୟ ପାନପୋଷ କ୍ରୀଡ଼ା ଛାତ୍ରାବାସ ଜିତି ନେଇଛି। ଶନିବାରର ପ୍ରଥମ ମ୍ୟାଚ୍‌ ପାନପୋଷ କ୍ରୀଡ଼ା ଛାତ୍ରବାସ ଓ ସୁନ୍ଦରଗଡ଼ ଜିଲ୍ଲା ମଧ୍ୟରେ ଖେଳାଯାଇଥିଲା। ଏଥିରେ ପାନପୋଷ କ୍ରୀଡ଼ା ଛାତ୍ରାବାସ ୬-୨ ଗୋଲ୍‌ରେ ବିଜୟୀ ହୋଇଛି। ଏହାପରେ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରେ ଯଥାକ୍ରମେ ଖୋର୍ଧା ଓ ସମ୍ବଲପୁର ଦଳ ଗୋଲ୍‌ ବର୍ଷା କରିଥିଲେ। ଦ୍ବିତୀୟ ମ୍ୟାଚ୍‌ରେ ଖୋର୍ଧା ଦଳ କମାଲ ଦେଖା ଭୁବନେଶ୍ବରର କିସ୍‌ ଦଳ ବିପକ୍ଷ‌େର ଲାଗ୍‌ଲାଗ୍‌ ୧୫ ଗୋଲ୍‌ ଦେଇଥଲେ। ତେବେ କିସ୍‌ ଗୋଟିଏ ବି ଗୋଲ୍‌ କରିନପାରି ୦-୧୫ରେ ପରାସ୍ତ ହୋଇଥିଲା। ସେହିଭଳି ତୃତୀୟ ମ୍ୟାଚ୍‌ରେ ସମ୍ବଲପୁର ଦଳ ଗୋଲ୍‌ ବର୍ଷା କରି ଢେଙ୍କାନାଳକୁ ୧୧-୦ରେ ପରାସ୍ତ କରିଥିଲା। ଶେଷରେ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଓଡ଼ିଶା ପୁଲିସ ୨-୧ ଗୋଲ୍‌ରେ ସାଇ (ସୁନ୍ଦରଗଡ଼)କୁ ପରାସ୍ତ କରିଥିଲା ପ୍ରତିଯୋଗିତା ନିର୍ଦେଶକ ଅମୂଲ୍ୟାନନ୍ଦ ବିହାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳିତ ମ୍ୟାଚ‌୍କୁ ଅନୀଲ କୁଲ୍ଲୁ, ସଂଜୀବ କେର୍କେଟା, ପ୍ରୟାସ ସୋନୀ ଓ ଆକାଶ ତିର୍କି ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର