ରାଜ୍ୟ ଯୁବ ଚେସ୍‌ , ମନୀଷ ଓ ଡୋଲିସିୟସ୍‌ ବିଜେତା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚେସ ସଂଘ ଆନୁକୂଲ୍ୟରେ ଆୟୋଜିତ ୧୩ ବର୍ଷରୁ କମ୍‌ ବାଳକ ଓ ବାଳିକା ରାଜ୍ୟ ଚେସ୍ ପ୍ରତିଯୋଗିତା ଶନିବାର ଶେଷ ହୋଇଛି। ଓପନ୍ ବର୍ଗରେ ଖୋର୍ଧା ଜିଲ୍ଲାର ମନୀଷ କୁମାର ଓ କଟକର ସୋୟଂ ଲକ୍ଷ୍ମୀଦତ୍ତ ଡି ସାବତ ଏବଂ ବାଳିକା ବିଭାଗରେ କଟକର ଡୋଲିସିୟସ୍ ଦାଶ ଓ ଖୋର୍ଧା ଜିଲ୍ଲାର ୟାଶିତା ରାଉତ ସର୍ବାଧିକ ପଏଣ୍ଟ ରଖି ଯଥାକ୍ରମେ ବିଜେତା ଓ ଉପ ବିଜେତା ହୋଇଛନ୍ତି। ୭ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ମନୀଷ ୭, ସ୍ବୟଂ ୬ ପଏଣ୍ଟ୍ ପାଇଥିବା ବେଳେ ଡୋଲିସିୟସ୍‌ ୫.୫ ଏବଂ ୟାଶିତା ୫ ପଏଣ୍ଟ ପାଇଥିଲେ। ଶାଖାପଟଣାଠାରେ ଆସନ୍ତା ‌ମଇ ମାସ ୪ରୁ ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ଏହି ଖେଳାଳିମାନେ ଭାଗ ନେବେ। ସୁରେଶ ଚନ୍ଦ୍ର ସାହୁ ଓ ସନ୍ତୋଷ କୁମାର ମହାପାତ୍ର ଖେଳ ପରିଚାଳନା କରିଥିଲେ। ଫୁଲବାଣୀ ସରକାରୀ ସ୍ବୟଂଶାସିତ କଲେଜ ଅଧ୍ୟକ୍ଷ ପ୍ରଫେସର ରଂଜନ କୁମାର ମହାଳିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ତିନି ଦିନିଆ ଏହି ପ୍ରତିଯୋଗିତାରେ ରାଜ୍ୟର ୧୦ ଜିଲ୍ଲାରୁ ମୋଟ ୬୦ ଖେଳାଳି ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର