ରାଜ୍ୟ ଯୁବ ଚେସ୍‌: ଶ୍ରୀୟାଂଶ, ପ୍ରତ୍ୟାଶା ବିଜେତା

ଭୁବନେଶ୍ବର/କଟକ: କଟକର ଜେଏନ୍‌ ଇନ୍‌‌ଡୋର୍ ଷ୍ଟାଡିୟମ୍‌ରେ ଚାଲିଥିବା ରାଜ୍ୟ ଯୁବ ଚେସ୍ (୧୩ ବ‌ର୍ଷରୁ କମ୍ ଓପନ୍ ଓ ବାଳିକା) ପ୍ରତ‌ିଯୋଗିତା ସୋମବାର ଉଦ୍‌ଯାପିତ ହୋଇଯାଇଛି। ବାଳକ ବିଭାଗରେ କଟକର ଶ୍ରୀୟାଂଶ ଦେ, ପୁରୀର ଆୟୂଷ୍ମାନ ମହାନ୍ତି ବାଳକ ବର୍ଗରେ ଯଥାକ୍ରମେ ବିଜେତା ଓ ଉପ ବିଜେତା ହୋଇଛନ୍ତି। ବାଳିକାରେ ମଧ୍ୟ କଟକ-ପୁରୀ ଯୋଡ଼ି ପ୍ରତ୍ୟାଶା ଜେନା ଓ ସୃଷ୍ଟି ଶ୍ରେୟସୀ ପ୍ରଥମ ଦୁଇ ସ୍ଥାନ ଦଖଲ କରିଛନ୍ତି। ସଂଯୋଗବଶତଃ ଉଭୟ ବର୍ଗରେ ଶୀର୍ଷ ଦୁଇ ଖେଳାଳି ମଧ୍ୟ ୭.୫ ଓ ୭ ପଏଣ୍ଟ ପାଇ ଏହି ଗୌରବ ଅର୍ଜନ କରିଛନ୍ତି। ବାଳକ ବର୍ଗରେ ଆୟୂଷ ଆର୍ଯ୍ୟନ ମହାପାତ୍ର, ଶ୍ରୀହନ ସାବତ, ପ୍ରତ୍ୟୁଷ ନାୟକ, ଆଦିତ୍ୟ ବିକ୍ରମ ମିଶ୍ର, ତନ୍ମୟ ତଲିନ ବେହେରା, ଜ୍ଞାନଜ୍ୟୋତି ସିଂହ (ସଭିଏଁ ୬.୫ ପଏଣ୍ଟ) ଓ ଜୟଦିତ୍ୟ ପାଢ଼ୀ, ବିଶ୍ବପ୍ରୀତ୍ ‌ରାୟ (ଉଭୟ ୬ ପଏଣ୍ଟ) ଯଥାକ୍ରମେ ତୃତୀୟରୁ ଦଶମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ।

ବାଳିକାରେ ସନ୍ଦୀପା ପ୍ରିୟଦର୍ଶିନୀ ସାହୁ (୬.୫ ପଏଣ୍ଟ), ଈଶାନି ଦାସ, ପ୍ରୀତିଶା ମିତ୍ର, ଶ୍ରଦ୍ଧା ସ୍ମରଣିକା ନନ୍ଦ, ଜ୍ୟୋତିକା ସାହୁ, ମୌକ୍ତିକା ନାୟକ, ଆୟୂଷୀ ମହାନ୍ତି (ପ୍ରତ୍ୟେକ ୬ ପଏଣ୍ଟ), ଇ ରାଗିଣୀ (୫.୫ ପଏଣ୍ଟ) ଯଥାକ୍ରମେ ତୃତୀୟରୁ ଦଶମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ଉଭୟ ବର୍ଗରୁ ଶୀର୍ଷ ୪ ଲେଖାଏଁ ଖେଳାଳି ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ନିହାର ରଂଜନ ସାସମଲ ପ୍ରତିଯୋଗିତା ପରିଚାଳନା କରିଥିଲେ। ପୁରସ୍କାର ପ୍ରଦାନ ଉତ୍ସବରେ ନିଖିଳ ଓଡ଼ିଶା ଚେସ୍ ସଂଘ (ଏଓସିଏ) ସାଧାରଣ ସମ୍ପାଦକ ଦେବବ୍ରତ ଭଟ୍ଟ, ପୂର୍ବତନ ବିଧାୟକ ପ୍ରଭାତ କୁମାର ବିଶ୍ବାଳ, ଏସ୍‌ଆର୍ ଚେସ୍ ସଂଘ ନିର୍ଦେଶକ ସତ୍ୟରଂଜନ ପଟ୍ଟନାୟକ, ବିଶିଷ୍ଟ ପ୍ରଶିକ୍ଷକ ବିଶ୍ବଜିତ ରାୟ ଏବଂ ଆୟୋଜକ ଟ୍ରିପଲ୍ ‘ସି’ କ୍ଲବ୍‌ ଯୁଗ୍ମ ସମ୍ପାଦକ ଅର୍ଘ୍ୟ ଅର୍ପଣ ପରିଡ଼ା ପ୍ରମୁଖ ଅତିଥି ଭାବେ ଯୋଗ ‌ଦେଇଥିଲେ।

ସମ୍ବନ୍ଧିତ ଖବର