ଭୁବନେଶ୍ୱର: ରାଜ୍ୟର ପ୍ରଥମ ପେସାଦାର ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ଏସ୍ଆର୍ ଚେସ୍ ସେଣ୍ଟର୍ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ରାଜ୍ୟ ୧୧ ବର୍ଷରୁ କମ୍ ଚେସ୍ ପ୍ରତିଯୋଗିତା (ଓପନ୍ ଏବଂ ବାଳିକା) ସୋମବାରଠାରୁ ଆରମ୍ଭ ହୋଇଛି। ନିଖିଳ ଓଡ଼ିଶା ଚେସ୍ ସଂଘ ଏବଂ କଟକ ଜିଲ୍ଲା ଚେସ୍ ସଂଘ ତରଫରୁ ଅନୁମୋଦିତ ଏହି ପ୍ରତିଯୋଗିତାରେ ୨୫ ଜଣ ଅର୍ନ୍ତଜାତୀୟ ରେଟେଡ୍ ଖେଳାଳିଙ୍କ ସହିତ ୧୨୩ ଜଣ ବାଳକ ଏବଂ ୧୩ ଜଣ ରେଟେଡ ଖେଳାଳିଙ୍କ ସହିତ ୬୮ ଜଣ ଖେଳାଳି ଭାଗ ନେଇଛନ୍ତି। ମୋଟ ୧୯୧ ଜଣ ଭାଗନେବା ଏହି ବର୍ଗର ରାଜ୍ୟ ପ୍ରତିଯୋଗିତା ପାଇଁ ଏକ ନୂଆ କୀର୍ତିମାନ ପ୍ରତିଷ୍ଠା କରିଛି। ଉଭୟ ଓପନ୍ ଓ ବାଳିକା ବର୍ଗରେ ଶୀର୍ଷ ୨ ସ୍ଥାନ ଦଖଲ କରିଥିବା ୪ ଜଣ ଖେଳାଳିଙ୍କୁ ମହାରାଷ୍ଟ୍ରର ପୁନେରେ ନଭେମ୍ବର ୨୨ରୁ ୩୦ ମଧ୍ୟରେ ଆୟୋଜିତ ଜାତୀୟ ଉପ କନିଷ୍ଠ ଚେସ୍ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ୱ କରିବା ସୁଯୋଗ ପାଇବେ।
ପ୍ରଥମ ଦିନ ଅନୁଷ୍ଠିତ ୨ ରାଉଣ୍ଡ୍ ଖେଳ ସୁଦ୍ଧା ଓପନ୍ ବର୍ଗରେ ମନୀଷ କୁମାର, ଶ୍ରେୟା ଶୁଭମ୍ ପଟ୍ଟନାୟକ, ହର୍ଷିତ ରଂଜନ ସାହୁ, ପ୍ରିୟାଂଶ ଦାସ, ପ୍ରତ୍ୟୁଷ ମହାପାତ୍ର, ଶ୍ରୀୟାଂଶ ଦାସଙ୍କ ସହ ୩୦ ଜଣ ୨ ପଏଣ୍ଟ୍ ଲେଖାଏଁ ପାଇ ମିଳିତ ଆଗୁଆ ରହିଛନ୍ତି। ସେହିଭଳି ବାଳିକା ବର୍ଗରେ ପି ସାଇରୂପା, ଦିୟା ଦାସ, ଅଙ୍କିତା ସାହୁ, ସାଂଚି ସାହୁ, ସମୃଦ୍ଧି ମଙ୍ଗରାଜ, ଶ୍ୱେତଲିନା ପଟ୍ଟନାୟକ, ଶ୍ରୃତି ସ୍ନେହି, ଅଦ୍ଭିକା ଦାସ, ଅମୃଷା ମହାନ୍ତି, ଶ୍ରଦ୍ଧାସୁମନ ଜେନାଙ୍କ ସହିତ ୧୪ ଜଣ ସମ୍ପୂର୍ଣ୍ଣ ୨ ପଏଣ୍ଟ ଲେଖାଏଁ ପାଇ ମିଳିତ ଶୀର୍ଷରେ ରହିଛନ୍ତି। ଏହି ପ୍ରତିଯୋଗିତାକୁ ଡକ୍ଟର ପଦନ କୁମାର ଜେନା ଉଦ୍ଘାଟନ କରିଥିଲେ। ଏସ୍ଆର ଚେସ୍ କେନ୍ଦ୍ରର ମୁଖ୍ୟ ପରାମର୍ଶଦାତା ଅସିତ ମୁଖାର୍ଜୀଙ୍କ ସଭାପତିରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ପୂବର୍ତନ ରାଜ୍ୟ କନିଷ୍ଠ ବିଜେତା ଡକ୍ଟର ସୌମ୍ୟଦର୍ଶନ ନାୟକ, ଆୟକର ଅଧିକାରୀ ତଥା ରାଜ୍ୟ ଚେସ୍ ସଂଘ ଉପ ସଭାପତି ରଂଜନ ମହାନ୍ତି, ପ୍ରଫେସର ଜ୍ଞାନ ରଂଜନ ପରିଡ଼ା, ରେଭେନସା ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଅଧିକାରୀ ଅଞ୍ଜନ କୁମାର ଖୁଣ୍ଟିଆ, ଚେସ୍ ଗୁରୁ ସତ୍ୟରଂଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଫିଡେ ଆର୍ବିଟର ଭବେଶ ମହାନ୍ତିଙ୍କ ନେତୃତ୍ୱରେ ପ୍ରଶାନ୍ତ ଜେନା, ସତ୍ୟଜିତ ପଟ୍ଟନାୟକ, ପ୍ରଣବ ମହାନ୍ତି, ଅବିନାଶ ଦାସ, ଜଗନ୍ନାଥ ନାୟକ, ସୂର୍ଯ୍ୟକାନ୍ତ ବିଶୋଇ ପ୍ରମୁଖ ଏହାକୁ ପରିଚାଳନା କରୁଛନ୍ତି।
ରାଜ୍ୟ ୧୧ ବର୍ଷରୁ କମ ଚେସ୍ ଆରମ୍ଭ: ସର୍ବାଧିକ ୧୯୧ ଜଣ ଭାଗନେଲେ
/sambad/media/post_attachments/wp-content/uploads/2017/10/5-SR-chess-Udghatana-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)