ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଦୀପା ବାଦ୍‌

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଦେଶର ସଫଳତମ ଜିମ୍ନାଷ୍ଟ ଦୀପା କର୍ମକାର ଓହରି ଯାଇଛନ୍ତି। ଆଣ୍ଠୁରେ ଆଘାତ ଲାଗିଥିବାରୁ ସେ ଏହି ବହୁ ରାଷ୍ଟ୍ରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପାରିବେ ନାହିଁ ବୋଲି ଦୀପାଙ୍କ ପ୍ରଶିକ୍ଷକ ବିଶ୍ୱେସ୍ୱର ନନ୍ଦୀ କହିଛନ୍ତି। ତେବେ ଇଣ୍ଡୋନେସିଆର ଜାକର୍ତା ଓ ପାଲେମବାଙ୍ଗଠାରେ ଅଗଷ୍ଟ ୧୮ରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଖେଳା ଯିବାକୁ ଥବା ଏସୀୟ କ୍ରୀଡ଼ାରେ ଦୀପା ନିଶ୍ଚିତ ଅଂଶ ଗ୍ରହଣ କରିବେ ବୋଲି ନନ୍ଦୀ ସୂଚନା ଦେଇଛନ୍ତି। ଦୀପା ରିଓ ଅଲିମ୍ପିକ୍ସର ମହିଳା ଭଲ୍ଟରେ ଚତୁର୍ଥ ସ୍ଥାନ ଅଧିକାର କରି ଇତିହାସ ରଚିଥିଲେ।

ସମ୍ବନ୍ଧିତ ଖବର