ଲଣ୍ଡନ: ଚଳିତ ବିଶ୍ବକପ୍ରେ କ୍ରମାଗତ ୨ଟି ପରାଜୟ ପରେ ବୁଧବାର ତୃତୀୟ ମ୍ୟାଚ୍ ଖେଳିବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ଦଳକୁ ଶକ୍ତ ଝଟ୍କା ଲାଗିଛି। ଏହାର ପ୍ରମୁଖ ଦ୍ରୁତ ବୋଲର ଡେଲ୍ ଷ୍ଟେନ୍ ଆହତରୁ ସଂପୂର୍ଣ୍ଣ ମୁକୁଳିନପାରି ବିଶ୍ବକପ୍ରୁ ବାଦ୍ ପଡ଼ିଛନ୍ତି। କାନ୍ଧରେ ଆହତ ଯୋଗୁଁ ପ୍ରଥମ ଦୁଇ ମ୍ୟାଚ୍ ଯଥାକ୍ରମେ ଆୟୋଜକ ଇଂଲଣ୍ଡ ଓ ବାଂଲାଦେଶ ବିପକ୍ଷରେ ଷ୍ଟେନ୍ ଖେଳିପାରିନଥିଲେ। ଏପରିକି ଆହତ ଯୋଗୁଁ ସେ ମଧ୍ୟ ଚଳିତ ବିଶ୍ବକପ୍ର ଦୁଇଟିଯାକ ଅଭ୍ୟାସ ମ୍ୟାଚ୍ ଖେଳିବାରୁ ବଞ୍ଚିତ ହୋଇଥିଲେ। ସମ୍ଭବତଃ ସେ ଭାରତ ବିପକ୍ଷ ନିଜର ତୃତୀୟ ମ୍ୟାଚ୍କୁ ଫେରିବେ ବୋଲି ଦଳୀୟ ସୂତ୍ରରୁ କୁହାଯାଇଥିଲା। ହେଲେ ଚିକିତ୍ସା ତାଙ୍କ କାନ୍ଧ ଯନ୍ତ୍ରଣାକୁ ହ୍ରାସ କରିପାରିଲାନି। ଫଳରେ ଅଧା ଫିଟ୍ ଷ୍ଟେନ୍ଙ୍କ ଉପରେ ଦଳ ଅଧିକ ରିସ୍କ ନେବାକୁ ଚାହିଁନାର୍ହି। ତେଣୁ କୌଣସି ଗୋଟିଏ ହେଲେ ମ୍ୟାଚ୍ ନଖେଳି ଷ୍ଟେନ୍ଙ୍କ ୨୦୧୯ ବିଶ୍ବକପ୍ ଅଭିଯାନ ଶେଷ ହୋଇଗଲା। ତାଙ୍କ ବଦଳ ଖେଳାଳି ଭାବେ ବାମହାତୀ ଦ୍ରୁତ ବୋଲର ବିଉରାନ୍ ହେଣ୍ଡ୍ରିକ୍ସଙ୍କୁ ଦଳରେ ସାମିଲ କରାଯାଇଛି। ୨୯ ବର୍ଷ ବୟସ୍କ ହେଣ୍ଡ୍ରିକ୍ସ ଚଳିତ ବର୍ଷ ଜାନୁଆରିରେ ପାକିସ୍ତାନ ବିପକ୍ଷ ଦିନିକିଆ ମ୍ୟାଚ୍ ଜରିଆରେ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ। ସେ ୨ଟି ମ୍ୟାଚ୍ ଖେଳି ମାତ୍ର ଗୋଟିଏ ୱିକେଟ୍ ପାଇଥିଲେ। ହେଣ୍ଡ୍ରିକ୍ସଙ୍କ ସାମିଲକୁ ମଧ୍ୟ ଇଭେଣ୍ଟ ଟେକ୍ନିକାଲ କମିଟି ଅନୁମୋଦନ ଦେଇଛି। ଷ୍ଟେନ୍ ବିଶ୍ବକପ୍ରୁ ବାଦ୍ ପଡ଼ିଥିଲା ବେଳେ ଅନ୍ୟପକ୍ଷରେ ଅନ୍ୟତମ ଦ୍ରୁତ ବୋଲର ଲୁଙ୍ଗି ଏନ୍ଗିଡ଼ି ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ପ୍ରାୟ ଗୋଟିଏ ସପ୍ତାହରୁ ୧୦ ଦିନ ପର୍ଯ୍ୟନ୍ତ ବାହାରେ ରହିବାକୁ ପଡ଼ିବ। ଏଭଳି ଦୁଇଟି ଝଟ୍କା ଭାରତ ବିପକ୍ଷ ମ୍ୟାଚ୍ ସାଙ୍ଗକୁ ପୂରା ବିଶ୍ବକପ୍ରେ ଦକ୍ଷିଣ ଆଫ୍ରିକାର ପ୍ରଦର୍ଶନକୁ ପ୍ରଭାବିତ କରିବା ଆଶଙ୍କା ବଢ଼ିଯାଇଛି।
ଷ୍ଟେନ୍ଙ୍କ ବିଶ୍ବକପ୍ ଅଭିଯାନ ଶେଷ: ହେଣ୍ଡ୍ରିକ୍ ସାମିଲ
/sambad/media/post_attachments/wp-content/uploads/2019/06/4-Steyn-2011.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)