ସେଞ୍ଚୁରିଆନ୍: ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ମଧ୍ୟରେ ବୁଧବାରଠୁ ଏଠାରେ ଆରମ୍ଭ ହୋଇଥିବା ବକ୍ସିଂ ଡେ’ ଟେଷ୍ଟ୍ର ପ୍ରଥମ ଦିବସରେ ଦ୍ରୁତ ବୋଲର ଡେଲ୍ ଷ୍ଟେନ୍ ଏକ କୀର୍ତିମାନ ପ୍ରତିଷ୍ଠା କରିଛନ୍ତି। ଆହତ ସମସ୍ୟାରେ ଘାଣ୍ଟି ହୋଇ ନଭେମ୍ବର ୨୦୧୬ରୁ ୧୫ ଏବଂ ଡିସେମ୍ବର ୧୫ରୁ ମୋଟ ୨୭ ଟେଷ୍ଟ୍ରୁ ବଞ୍ଚିତ ହୋଇଥିବା ଷ୍ଟେନ୍ ବୁଧବାର ପାକିସ୍ତାନ ପ୍ରଥମ ପାଳିରେ ଫକର ଜମନ୍ଙ୍କୁ ଆଉଟ୍ କରିବା ପରେ ଏହି କୀର୍ତିମାନ ରଚିଥିଲେ। ଏଥି ସହିତ ଷ୍ଟେନ୍ ତାଙ୍କ ମୋଟ ଟେଷ୍ଟ୍ ୱିକେଟ୍ ସଂଖ୍ୟାକୁ ୪୨୨ରେ ପହଞ୍ଚାଇଥିଲେ। ଯାହା ଫଳରେ ସେ ସନ୍ ପୋଲକ୍ (୪୨୧ ୱିକେଟ୍)ଙ୍କୁ ଟପି ଦକ୍ଷିଣ ଆଫ୍ରିକାର ସର୍ବାଧିକ ୱିକେଟ୍ ଦଖଲକାରୀ ବୋଲର ହୋଇଛନ୍ତି। ନିଜର ୮୦ତମ ଟେଷ୍ଟ୍ରେ ୪୦୦ ୱିକେଟ୍ ଦଖଲ କରି ବିଶ୍ବର ଦ୍ବିତୀୟ ଦ୍ରୁତତମ ବୋଲର ବିବେଚିତ ହୋଇଥିବା ଷ୍ଟେନ୍ ୮୯ ଟେଷ୍ଟ୍ ଓ ୧୬୨ ପାଳିରେ ହିଁ ଏହି ମାଇଲଖଣ୍ଟ୍ ପ୍ରତିଷ୍ଠା କରିଛନ୍ତି। ପୋଲକ୍ ୧୦୮ ମ୍ୟାଚ୍ ଓ ୨୦୨ ପାଳିରୁ ୪୨୧ ୱିକେଟ୍ ଅକ୍ତିଆର କରି ଏପର୍ଯ୍ୟନ୍ତ କୀର୍ତିମାନ ଅତୁଟ ରଖିଥିଲେ। ଷ୍ଟେନ୍ଙ୍କ କୀର୍ତିମାନ ସମୟରେ ପଡ଼ିଆ ବାହାରେ ଟେଲିଭିଜନ୍ ଭାଷ୍ୟକାର ଦାୟିତ୍ବ ତୁଲାଉଥିବା ପୋଲକ୍ ଷ୍ଟେନ୍ଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ଷ୍ଟେନ୍ ଏବେ ସର୍ବାଧିକ ୱିକେଟ୍ ଅକ୍ତିଆର କରିଥିବା ବୋଲରଙ୍କ ସର୍ବକାଳୀନ ତାଲିକାରେ ଏକାଦଶ ସ୍ଥାନରେ ରହିଛନ୍ତି।
ଷ୍ଟେନ୍ ଦକ୍ଷିଣ ଆଫ୍ରିକାର ସର୍ବାଧିକ ୱିକେଟ୍ ଦଖଲକାରୀ
/sambad/media/post_attachments/wp-content/uploads/2018/12/Untitled-7-20.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)