ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମ୍ୟାଚ୍ରେ ଭାରତଠାରୁ ହାରିବା ପରେ, ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଏକ ବଡ଼ ଘୋଷଣା କରିଛନ୍ତି। ସେ ଆଜି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଉଥିବା ଘୋଷଣା କରିଛନ୍ତି। ହାର୍ଡ-ହିଟିଂ କ୍ରିକେଟର ସ୍ମିଥଙ୍କର ଆନ୍ତର୍ଜାତୀୟ କ୍ରିକେଟରେ ଏକ ଚମତ୍କାର ରେକର୍ଡ ରହିଛି। ପଡ଼ିଆରେ ସେ ତାଙ୍କର ଚମତ୍କାର ପ୍ରଦର୍ଶନ ଦେଖାଇବା ବ୍ୟତୀତ ରୋଜଗାରରେ ମଧ୍ୟ ଆଗରେ ଅଛନ୍ତି। କ୍ରିକେଟରୁ ହେଉଥିବା ରୋଜଗାର ବ୍ୟତୀତ, ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ମାଧ୍ୟମରେ ମଧ୍ୟ ସେ ଆୟ କରନ୍ତି। ତେବେ ଆପଣ ଜାଣନ୍ତି କି ତାଙ୍କ ମୋଟ ସମ୍ପତ୍ତି କେତେ?
ଷ୍ଟିଭ୍ ସ୍ମିଥ୍ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିବା ସମୟରେ ସ୍ପଷ୍ଟ କରିଥିଲେ ଯେ, ସେ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ ଖେଳିବା ଜାରି ରଖିବେ। ଯଦି ଆମେ ତାଙ୍କ ସମ୍ପତ୍ତି ବିଷୟରେ କହିବା, ତେବେ ସ୍ମିଥଙ୍କ ସମ୍ପତ୍ତି ପ୍ରାୟ ୩୦ନିୟୁତ ଡଲାର (ପ୍ରାୟ ୨୬୧କୋଟି ଟଙ୍କା)। ଯଦି ତାଙ୍କ ଆୟର ଉତ୍ସ ବିଷୟରେ କୁହାଯିବ, ତେବେ ସେ ଅଷ୍ଟ୍ରେଲିଆ କେନ୍ଦ୍ରୀୟ ଚୁକ୍ତି ଅନୁଯାୟୀ ବାର୍ଷିକ ପ୍ରାୟ ୧୦କୋଟି ଟଙ୍କା ପାଆନ୍ତି। ମ୍ୟାଚ୍ ଫି’ ବିଷୟରେ କହିବାକୁ ଗଲେ, ତାଙ୍କୁ ଗୋଟିଏ ଟେଷ୍ଟ ପାଇଁ ୨୦ହଜାର ଡଲାର, ଗୋଟିଏ ଦିନିକିଆ ମ୍ୟାଚ୍ ପାଇଁ ୧୫ହଜାର ଡଲାର ଏବଂ ଗୋଟିଏ ଟି-୨୦ ମ୍ୟାଚ୍ ପାଇଁ ୧୦,୦୦୦ ଡଲାର ମିଳିଥାଏ। ଏହା ସହ ଆଇପିଏଲରୁ ସେ ୧୨କୋଟିରୁ ଅଧିକ ଟଙ୍କା ଆୟ କରନ୍ତି।
ଯଦି ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ମାଧ୍ୟମରେ ହେଉଥିବା ରୋଜଗାର ବିଷୟରେ କୁହାଯାଏ, ତେବେ ଷ୍ଟିଭ୍ ସ୍ମିଥ୍ ଅନେକ ବଡ଼ ବ୍ରାଣ୍ଡ ସହିତ ଜଡିତ। ଏଥିରେ ନ୍ୟୁ ବାଲାନ୍ସ , ଜିଲେଟ୍ ଏବଂ ୱିଟ୍-ବିକ୍ସ ଭଳି ବ୍ରାଣ୍ଡ ଅନ୍ତର୍ଭୁକ୍ତ। ସୂଚନା ଅନୁଯାୟୀ, ସ୍ମିଥ୍ ବିଜ୍ଞାପନ ମାଧ୍ୟମରେ ବାର୍ଷିକ ପ୍ରାୟ ୮-୧୦ କୋଟି ଟଙ୍କା ରୋଜଗାର କରନ୍ତି।
ବିଳାସପୂର୍ଣ୍ଣ ଗାଡ଼ି କଥା କହିବାକୁ ଗଲେ ସେ ମ୍ୟାକଲାରେନ ୫୭୦ଏସ, ମର୍ସିଡିଜ ଏସୟୁଭି, ପୋର୍ସେ କାୟେନ୍, ବିଏମଡବ୍ଲୁ ଏମ୨, ଅଡି କ୍ୟୁ୭ ଭଳି କାର୍ ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/03/05/wRfvFhXGbMO0n7PDC2Ue.jpg)