ନୂଆଦିଲ୍ଲୀ: ଦିନିକିଆ କ୍ରିକେଟରୁ ଷ୍ଟିଭ୍ ସ୍ମିଥଙ୍କ ଅବସର । ଚାମ୍ପିୟନ୍ସ ଟ୍ରଫି ସେମିରେ ଭାରତ ଠାରୁ ପରାଜୟ ପରେ ଅବସର ଘୋଷଣା କଲେ ସ୍ମିଥ । ୧୭୦ଟି ଦିନିକିଆ ଖେଳି ଶେଷରେ ଅବସର ଘୋଷଣା କଲେ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମର ଅଧିନାୟକ ।
ତେବେ ଗତକାଲି ଟିମ୍ ଇଣ୍ଡିଆ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ ସ୍ମିଥ । ୯୬ଟି ବଲରେ ୭୩ ରନ୍ କରିଥିଲେ ସ୍ମିଥ ମାତ୍ର ତାଙ୍କ ଦମଦାର ପ୍ରଦର୍ଶନ ସତ୍ବେ ଅଷ୍ଟ୍ରେଲିଆ ହାରିଯାଇଛି । ଆଉ ଏହି ପରାଜୟ ପରେ ଦିନିକିଆରୁ ସନ୍ନ୍ୟାସ ନେଇଛନ୍ତି ସ୍ମିଥ୍ । ୨୦୧୫ ଏବଂ ୨୦୨୩ରେ ଅଷ୍ଟ୍ରେଲିଆ ଦିନିକିଆ ବିଶ୍ବକପ୍ ବିଜେତା ହୋଇଥିବା ବେଳେ ସ୍ମିଥ୍ ଏହି ବିଜୟୀ ଟିମରେ ଥିଲେ ଯାହା ତାଙ୍କ ପାଇଁ ଏକ ସୁବର୍ଣ୍ଣ ଏବଂ ସ୍ମରଣୀୟ ମୁହୂର୍ତ୍ତ ବୋଲି କହିଛନ୍ତି ସ୍ମିଥ୍ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/03/05/nVlkFw9YTZG7HSnbcjI4.jpg)