ରାଞ୍ଚି: ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ୍ ସ୍ମିଥ ଭାରତ ବିପକ୍ଷରେ ଟି-୨୦ ମ୍ୟାଚ ଖେଳିବେନି ବୋଲି ଶନିବାର ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ୩ଟି ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଶନିବାର ରାଞ୍ଚିସ୍ଥିତ ଝାରଖଣ୍ଡ ଷ୍ଟେଟ କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯିବା ପୂର୍ବରୁ ଷ୍ଟିଭ୍ ପକ୍ଷାଘାତର ସମ୍ମୁଖୀନ ହୋଇଛନ୍ତି। ୩ଟି ଟି-୨୦ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ଷ୍ଟିଭ୍ଙ୍କ ସ୍ଥାନରେ ଉପଅଧିନାୟକ ଡାଭିଡ ଓ୍ଵାର୍ଣ୍ଣର ଅଧିନାୟକ ଦାୟିତ୍ୱ ତୁଲାଇବେ।
ସେହିଭଳି ଷ୍ଟିଭ୍ଙ୍କ ସ୍ଥାନରେ ମାକର୍ସ ଷ୍ଟୋନିସ୍ ଦଳରେ ଖେଳିବେ। ମହାରାଷ୍ଟ୍ରର ନାଗପୁରରେ ୫ଟି ଦିନିକିଆ ଶୃଙ୍ଖଳାର ଶେଷ ତଥା ୫ମ ଦିନିିକିଅରେ ଫିଲ୍ଡିଙ୍ଗ କରୁଥିବା ବେଳେ ଗତ ରବିବାର ଷ୍ଟିଭ୍ଙ୍କ ପକ୍ଷରେ ଆଘାତ ଲାଗିଥିଲା ବୋଲି ଟିମ୍ ଡାକ୍ତର ରିଚାର୍ଡ ସ’ କ୍ରିକେଟ ଅଷ୍ଟ୍ରେଲିଆ ଦ୍ୱାରା ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।
ନାଗପୁର ଦିନିକିଆରେ ଅଷ୍ଟ୍ରେଲିଆ ପରାସ୍ତ ହେବା ସହିତ ଭାରତ ୪-୧ରେ ଶୃଙ୍ଖଳା ବିଜୟୀ ହୋଇଥିଲା। ଏଥି ସହିତ ଭାରତ ଆଇସିସି ର୍ୟାଙ୍କର ୧ ନମ୍ବର ସ୍ଥାନକୁ ଆସିଛି।