ୱ’ ପୁଣି ଅଷ୍ଟ୍ରେଲିଆ ମାର୍ଗଦର୍ଶକ, ଇଂଲଣ୍ଡ ପାଳି ଆରମ୍ଭ କରିବେ ଡେନ୍‌ଲି

ଲଣ୍ଡନ: ମାର୍ଗଦର୍ଶକ ଭାବେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳକୁ ପୁଣି ଥରେ ଫେରିଛନ୍ତି ପୂର୍ବତନ ଅଧିନାୟକ ଷ୍ଟିଭ୍‌ ୱ। ଇଂଲଣ୍ଡ ବିପକ୍ଷ ‌ଆସେସ୍‌ ଶୃଙ୍ଖଳାର ପ୍ରଥମ ଦୁଇ ଟେଷ୍ଟ୍‌ ବେଳେ ଷ୍ଟିଭ୍‌ ଦଳର ମାର୍ଗଦର୍ଶକ steve you again australis coachଥିଲେ। ହେଲେ ତୃତୀୟ ଟେଷ୍ଟ୍‌ରେ ବ୍ୟକ୍ତିଗତ କାରଣ ଯୋଗୁଁ ସେ ଫେରି ଯାଇଥିଲେ। ଏହି ଟେଷ୍ଟ୍‌କୁ ଅଷ୍ଟ୍ରେଲିଆ ହାରି ଯାଇଥିଲା ଏବଂ ଶୃଙ୍ଖଳା ୧-୧ ସମାନସ୍ତରକୁ ଫେରି ଆସିଥିଲା। ବୁଧବାରଠୁ ଓଲ୍ଡ ଟ୍ରାଫୋର୍ଡରେ ଆରମ୍ଭ ହେବାକୁ ଥିବା ‌ଚତୁର୍ଥ ‌ଟେଷ୍ଟ୍‌ ଲାଗି ଦଳକୁ ସହଯୋଗ କରିବା ଲାଗି ପୁଣି ଥରେ ଷ୍ଟିଭ୍‌ଙ୍କୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ସୋମବାର ନିଯୁକ୍ତି ଦେଇଛି।

ଇଂଲଣ୍ଡ ପାଳି ଆରମ୍ଭ କରିବେ ଡେନ୍‌ଲି
ମାଞ୍ଚେଷ୍ଟର: ଚଳିତ ଆସେସ୍ ଶୃଙ୍ଖଳାର ଚତୁର୍ଥ ଟେଷ୍ଟ୍‌ରେ ଇଂଲଣ୍ଡ ତା’ ବ୍ୟାଟିଂକ୍ରମରେ ଅଦଳ ବଦଳ କରିବ। ସଂଘର୍ଷରତ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜାସନ ରୟଙ୍କ ସ୍ଥାନରେ ଜୋ ଡେନ୍‌ଲିଙ୍କୁ ପାଳି ଅରମ୍ଭ କରିବାର ସୁଯୋଗ ମିଳିବ। ହେଡିଂଲେ ଟେଷ୍ଟ୍‌ରେ ଧୈର୍ଯ୍ୟପୂର୍ଣ୍ଣ ଅର୍ଧଶତକ ଅର୍ଜନ କରି ଇଂଲଣ୍ଡକୁ ବିଜୟୀ କରାଇବା ପରେ ଡେନ୍‌ଲିଙ୍କ ଭାଗ୍ୟ ଫିଟିଯାଇଛି। ସେଥିପାଇଁ ଚଳିତ ମାସ ୪ରୁ ୮ ତାରିଖ ପର୍ଯ୍ୟନ୍ତ ଏଠାରେ ଖେଳାଯିବାକୁ ଥିବା ଚତୁର୍ଥ ଆସେସ୍ ଟେଷ୍ଟ୍‌ରେ ସେ ମଧ୍ୟକ୍ରମରୁ ପ୍ରାରମ୍ଭିକ ଯୋଡ଼ିକୁ ପଦୋନ୍ନତି ପାଇବେ। ଇଂଲଣ୍ଡ ଦଳୀୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ବିଶ୍ବକପରେ ଚମତ୍କାର ପ୍ରଦର୍ଶନ ପରେ ରୟଙ୍କ ଚଳିତ ଆସେସରେ ହିଁ ଟେଷ୍ଟ୍‌ ପଦାର୍ପଣ ସୁଯୋଗ ପାଇଥିଲେ। ତେବେ ପ୍ରଥମ ୩ ଟେଷ୍ଟର ୬ ପାଳିରେ ସେ ମାତ୍ର ୫୭ ରନ୍ କରି ଚୟନକର୍ତାଙ୍କୁ ନିରାଶ କରିଛନ୍ତି। ଅବଶ୍ୟ ଚତୁର୍ଥ ଟେଷ୍ଟ ଚୂଡ଼ାନ୍ତ ଦଳରେ ସେ ରହିବା ଏକପ୍ରକାର ନିଶ୍ଚିତ। ପାଞ୍ଚ ଟିକିଆ ଆସେସ୍ ଶୃଙ୍ଖଳା ସଂପ୍ରତି ୧-୧ ସ୍ଥିତିରେ ଥିଲା ବେଳେ ଶେଷ ଟେଷ୍ଟ ଆସନ୍ତା ୧୨ ତାରିଖରୁ ଲଣ୍ଡନର ଓଭାଲ ପଡ଼ିଆରେ ଖେଳାଯିବ।

ସମ୍ବନ୍ଧିତ ଖବର