ବାଦ୍‌ ପଡ଼ିଲେ ଷ୍ଟୋକ୍ସ, ଓ୍ଵକ୍ସ

ଲଣ୍ଡନ୍‌: ଇଂଲଣ୍ଡ ଅଲ୍‌ରାଉଣ୍ଡର୍‌ ବେନ୍‌ ଷ୍ଟୋକ୍ସ ଏବଂ ଦ୍ରୁତ ବୋଲର କ୍ରିସ୍‌ ଓ୍ଵକ୍ସ ଅଷ୍ଟ୍ରେଲିଆ ବିପକ୍ଷ ଅବଶିଷ୍ଟ ଦିନିକିଆ ଶୃଙ୍ଖଳାରୁ ବାଦ୍‌ ପଡ଼ିଛନ୍ତି। ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‍ ବେଳେ ଷ୍ଟୋକ୍ସ ଏବଂ ଓ୍ଵକ୍ସ ଆହତ ହୋଇଥିଲେ। ଷ୍ଟୋକ୍ସ ଏବେ ୯୦ ପ୍ରତିଶତ ସୁସ୍ଥ ହୋଇଗଲେଣି। ଭାରତ ବିପକ୍ଷ ଟେ୍ଵଣ୍ଟି-୨୦ ବେଳକୁ ସପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଫେରିବେ ବୋଲି ଇଂଲଣ୍ଡ ଏବଂ େଓ୍ଵଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି) ପକ୍ଷରୁ କୁହାଯାଇଛି। ତେବେ ୨୯ ବର୍ଷୀୟ ଓ୍ଵକ୍ସ ଜୁଲାଇ ୧୨ ତାରିଖରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳା ପୂର୍ବରୁ ଫେରିବା ସମ୍ଭାବନା କମ୍‌ ବୋଲି ଇସିବି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର