ଲଣ୍ଡନ : ୟୁଏଇରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଇଂଲଣ୍ଡ ଗୁରୁବାର ୧୫ ଜଣିଆ ଦଳ ଘୋଷଣା କରିଛି। ଏହି ଦଳରେ ଆଶ୍ଚର୍ଯ୍ୟଜନକ ଭାବେ ଦକ୍ଷ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ସ୍ଥାନ ମିଳିନାହିଁ। ଷ୍ଟୋକ୍ସ ଇଂଲଣ୍ଡର ପ୍ରଥମ ଏକଦିବସୀୟ ବିଶ୍ବକପ୍ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ତେବେ ମାନସିକ ଅବସାଦ ଲାଗି କ୍ରିକେଟ୍ରୁ କିଛି ସମୟ ପାଇଁ ଦୂରେଇ ଯାଇଥିଲେ। ୩୦ ବର୍ଷୀୟ ଷ୍ଟୋକ୍ସ ଇଂଲଣ୍ଡ ସୀମିତ ଓଭର ଦଳର ଜଣେ ପ୍ରମୁଖ ଖେଳାଳି। ହେଲେ ବ୍ୟକ୍ତିଗତ କାରଣ ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍ରୁ ଦୂରେଇ ରହିବାକୁ ସେ ନିଷ୍ପତ୍ତି ନେଇଛନ୍ତି ବୋଲି ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ ଗୁରୁବାର ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ କହିଛି। ଅନ୍ୟପକ୍ଷରେ ୨୦୧୭ ମସିହା ପରେ ପ୍ରଥମ ଥର ପାଇଁ ଦ୍ରୁତ ବୋଲର ଟାଇମଲ ମିଲ୍ସ ଇଂଲଣ୍ଡ ଟ୍ବେଣ୍ଟି-୨୦ ଦଳକୁ ଫେରିଛନ୍ତି। ଟେଷ୍ଟ୍ ଅଧିନାୟକ ଜୋ ରୁଟ୍ ଏବଂ ଆହତ ଅଲରାଉଣ୍ଡର ଜୋଫ୍ରା ଆର୍ଚରଙ୍କୁ ଦଳରେ ନିଆଯାଇନାହିଁ। ଇଂଲଣ୍ଡ ବିଶ୍ବକପ୍ ଅଭିଯାନ ଅକ୍ଟୋବର ୨୩ରେ ଦୁବାଇଠାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଆରମ୍ଭ କରିବ। ଦଳ: ଇଅନ୍ ମୋର୍ଗାନ୍ (ଅଧିନାୟକ), ମୋଇନ ଅଲ୍ଲୀ, ଜନି ବେୟାରଷ୍ଟୋ, ସାମ୍ ବିଲିଙ୍ଗ୍ସ, ଜୋସ୍ ବଟଲର, ସାମ୍ କରନ, କ୍ରିସ୍ ଜୋର୍ଡାନ, ଲିୟାମ ଲିଭିଂଷ୍ଟୋନ୍, ଦାୱିଦ ମଲାନ, ଟାଇମଲ୍ ମିଲ୍ସ, ଆଦିଲ ରସିଦ, ଜାସନ ରୟ, ଡେଭିଡ୍ ୱିଲି, କ୍ରିସ୍ ଓକ୍ସ।
ଇଂଲଣ୍ଡ ଦଳରେ ଷ୍ଟୋକ୍ସଙ୍କ ସ୍ଥାନ ନାହିଁ
/sambad/media/post_attachments/wp-content/uploads/2021/09/ben-stokes.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)