ମାଞ୍ଚେଷ୍ଟର: କିଛି ପାରିବାରିକ କାରଣରୁ ଇଂଲଣ୍ଡ ଅଲରାଉଣ୍ଡର୍ ବେନ୍ ଷ୍ଟୋକ୍ସ ପାକିସ୍ତାନ ବିପକ୍ଷ ଚଳିତ ଟେଷ୍ଟ୍ ଶୃଙ୍ଖଳାର ଅବଶିଷ୍ଟ ଭାଗରୁ ଓହରିଯାଇଛନ୍ତି। ଇଂଲଣ୍ଡ ଆଣ୍ଡ୍ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) କିନ୍ତୁ ଷ୍ଟୋକ୍ସଙ୍କ ଓହରିବାର କିଛି କାରଣ ଦର୍ଶାଇ ନାହିଁ। ‘ଷ୍ଟୋକ୍ସ ଚଳିତ ସପ୍ତାହରେ ନ୍ୟୁଜିଲାଣ୍ଡ୍ ଗସ୍ତ କରିବେ। ଅଗଷ୍ଟ ୧୩ ଏବଂ ଅଗଷ୍ଟ ୨୧ରୁ ଅରମ୍ଭ ହେବାକୁ ଥିବା ପରବର୍ତୀ ଦୁଇ ଟେଷ୍ଟ୍ରେ ସେ ଖେଳିପାରିବେ ନାହିଁ’ ବୋଲି ଇସିବି ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛି। ବେନ୍ ଷ୍ଟୋକ୍ସଙ୍କ ପରିବାରର ଗୋପନୀୟତାକୁ ସୁରକ୍ଷିତ ରଖିବାକୁ ସମସ୍ତ ଗଣମାଧ୍ୟମକୁ ଇସିବି ଅନୁରୋଧ କରିଛି। ୨୯ ବର୍ଷୀୟ ବେନ୍ ଷ୍ଟୋକ୍ସ ଇଂଲଣ୍ଡ ଦଳର ଅନ୍ୟତମ ପ୍ରମୁଖ ଅଙ୍ଗ ପାଲଟିଛନ୍ତି। ଗତବର୍ଷର ବିଶ୍ବକପ୍ ବିଜୟ ଏବଂ ଆସେସ୍ ଶତକ ସହିତ ସାମ୍ପ୍ରତିକ ସମୟରେ ସେ ବହୁ ମ୍ୟାଚ୍ ବିଜୟୀ ପାଳି ଖେଳିଛନ୍ତି। ଶନିବାର ଶେଷ ହୋଇଥିବା ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ସେ ଭଲ ଖେଳିପାରିନଥିଲେ ମଧ୍ୟ ତାଙ୍କ ଦଳ ବିଜୟୀ ହୋଇଥିଲା। ବେନ୍ ଷ୍ଟୋକ୍ସ କିନ୍ତୁ ନିଜ ଟେଷ୍ଟ୍ ଫର୍ମକୁ ନେଇ ଚିନ୍ତା ପ୍ରକଟ କରିଥିଲେ।
ପାକିସ୍ତାନ ଶୃଙ୍ଖଳାରୁ ଓହରିଲେ ଷ୍ଟୋକ୍ସ
/sambad/media/post_attachments/wp-content/uploads/2019/04/ben-stokes.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)