ନୂଆଦିଲ୍ଲୀ: ସଚିନ ତେନ୍ଦୁଲକର ଦୁନିଆର ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ଭାରତ ପାଇଁ ସେ ୧୯୮୯ ରୁ ୨୦୧୩ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ। ସଚିନଙ୍କ ଖେଳ, ବ୍ୟକ୍ତିଗତ ଜୀବନ ଓ ପରିବାର ସଦସ୍ୟଙ୍କ ସହିତ ଜଡ଼ିତ ଘଟଣାକୁ ନେଇ ପ୍ରାୟତଃ ଖବର ଆସୁଥାଏ। ନିକଟରେ ସଚିନଙ୍କ ସହିତ ବିଶ୍ବକପ ଖେଳ ସମୟରେ ଏକ ଘଟଣା ଘଟିଥିଲା। ଯ‌ାହାକୁ କିଛିଲୋକ ଜାଣିଥିବା ବେଳେ ଅଧିକାଂଶ ଲୋକେ ଜାଣିନାହାନ୍ତି।

Advertisment

ଏହି ଘଟଣାଟି ହେଉଛି ଏପରି, ବିଶ୍ୱକପ ୨୦୦୩ରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ମ୍ୟାଚ ଚାଲିଥିଲା। ବିଶ୍ବକପ ପାଇଁ ସଚିନ ପଡ଼ିଆରେ ଖେଳୁଥିବା ବେଳେ ସେ ଡାଇରିଆର ଶିକାର ହୋଇଥିଲେ। ଯେଉଁପାଇଁ ତାଙ୍କୁ ଅନ୍ତର୍ବସ୍ତ୍ରରେ ଟିସୁ ପେପର ବ୍ୟବହାର କରିବାକୁ ପଡ଼ିଲା।

ଏସବୁ ଅସୁବିଧା ସତ୍ତ୍ବେ ବି ସଚିନ ବ୍ୟାଟ ଧରି ପଡ଼ିଆକୁ ଓହ୍ଲାଇଥିଲେ।  ମ୍ୟାଚରେ ପ୍ରାୟ ୩ ଘଣ୍ଟା ବ୍ୟାଟିଂ କରି ଦଳ ପାଇଁ ୯୭ ରନ ସଂଗ୍ରହ କରିଥିଲେ। କୁହାଯାଉଛି କି ମ୍ୟାଚ ପୂର୍ବରୁ ସଚିନ ନିଜକୁ ସତେଜ କରିବା ପାଇଁ ଲୁଣ ପାଣି ପିଇଥିଲେ। ତେବେ ଏହା ଅତ୍ୟଧିକ ପିଇ ଦେଇଥିବାରୁ ଶରୀର ଉପରେ ତାଙ୍କର ବିପରୀତ ପ୍ରଭାବ ପକାଇଥିଲା। ଯେଉଁଥିପାଇଁ ଖେଳ ସମୟରେ ସଚିନଙ୍କୁ ଡାଇରିଆ ‌ହୋଇଯାଇଥିଲା।