ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଇଣ୍ଟର୍‌କଣ୍ଟିନେଣ୍ଟାଲ କପ୍‌ରେ ଭାରତର ବିଜୟ ଜାରି ରହିଛି। ପ୍ରଥମ ମ୍ୟାଚ୍‌ରେ ମଙ୍ଗୋଲିଆକୁ ୨-୦ରେ ହରାଇଥିବା ଭାରତ ସୋମବାର ଦ୍ବିତୀୟ ମ୍ୟାଚ୍‌ରେ ଭାନୁଆତୁକୁ ୧-୦ ଗୋଲ୍‌ରେ ପରାସ୍ତ କରିଛି। ଫଳରେ ଭାରତ ୨ ମ୍ୟାଚ୍‌ରୁ ୨ଟି ଜିତି ୬ ପଏଣ୍ଟ ସହ ଟେବୁଲର ଶୀର୍ଷରେ ରହି ଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଛି।

Advertisment

ମ୍ୟାଚ ଜିତିବା ପରେ ଫୁଟବଲର ସୁନିଲ ଛେତ୍ରୀ ‌ଫୁଟବଲକୁ ନିଜ ଜର୍ସିରେ ପୁରାଇ ଗ୍ୟାଲେରିରେ ଥିବା ସ୍ତ୍ରୀଙ୍କୁ ଫ୍ଲାଇଂ କିସ ଦେଇ ଖୁସି ଜାହିର କରିଥିଲେ। ଏହି ହୃଦୟସ୍ପର୍ଶୀ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଖେଳ ସରିବା ପରେ ସୁନିଲ ଛେତ୍ରୀ ‌ତାଙ୍କ ସ୍ତ୍ରୀ ଗର୍ଭବତୀ ଥିବା କଥାକୁ ସମସ୍ତଙ୍କ ସାମ୍ନାରେ ଘୋଷଣା କରିଥିଲେ। ସେ କହିଥିଲେ, ‘ମୁଁ ଓ ମୋର ସ୍ତ୍ରୀ ଗୋଟିଏ ସନ୍ତାନର ଆଶା ରଖିଛୁ। ଯାହାକୁ ମୁଁ ପୂରା ଦୁନିଆ ସହିତ ସେୟାର କରିବାକୁ ଚାହିଁବି।’

ଭାରତ ଆସନ୍ତା ଗୁରୁବାର ଶେଷ ଲିଗ୍‌ ମ୍ୟାଚ୍‌ରେ ଲେବାନନକୁ ଭେଟିବ। ଲେବାନନ (୩ ପଏଣ୍ଟ) ଦ୍ବିତୀୟ, ମଙ୍ଗୋଲିଆ (୧ ପଏଣ୍ଟ) ତୃତୀୟ ଏବଂ ଭାନୁଆତୁ (ପଏଣ୍ଟଶୂନ୍ୟ) ଚତୁର୍ଥରେ ରହିଛି।