ଭାଇରାଲ୍‌ ହେବାରେ ଲାଗିଛି ଧୋନୀଙ୍କ ଝିଅ ଜିଭାକୁ ସୁଶାନ୍ତ କାଖେଇ ଅଙ୍କିତାଙ୍କ ସହ ଭେଟ କରିବାକୁ ନେଉଥିବା ବେଳର ଦୃଶ୍ୟ

ମୁୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିବା ପରେ ତାଙ୍କୁ ନେଇ ସୋସିଆଲ୍‌ ମିଡିଆରେ ଅନେକ କିଛି ଭାଇରାଲ୍‌ ହେବାରେ ଲାଗିଛି। ସୁଶାନ୍ତଙ୍କ ଯିବା ପରେ ଯଦି କିଏ ବେଶି ଚର୍ଚ୍ଚାରେ ଅଛନ୍ତି ସେ ହେଉଛନ୍ତି ଅଙ୍କିତା ଲୋଖଣ୍ଡେ। ସୁଶାନ୍ତଙ୍କ ସହ ‌ଜଡ଼ିତ ଅଙ୍କିତାଙ୍କ ଅନେକ ମୁହୂର୍ତ୍ତ ଓ ଅନେକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ନିକଟରେ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନୀଙ୍କ ଝିଅ ଜିଭା ସହ ସୁଶାନ୍ତ ଓ ଅଙ୍କିତାଙ୍କ ଫ‌େଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। କେବଳ ଫଟେ‌ା ନୁହେଁ, ଭିଡିଓ ବି ଭାଇରାଲ୍‌ ହୋଇଛି ଏହି ମୁହୂର୍ତ୍ତର। ଯେଉଁଥିରେ ସୁଶାନ୍ତ ଜିଭାଙ୍କୁ କ‌ାଖେଇ ଅଙ୍କିତାଙ୍କ ସହ ଭେଟ କରିବାକୁ ନେଇ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

Bollywood Star Kids

ସୁଶାନ୍ତ ଓ ଅଙ୍କିତା ଧୋନୀଙ୍କ ଝିଅ ଜିଭାକୁ ଧରି ଖୁବ୍ ମସ୍ତି କରୁଥିବା ବେଳର ଦୃଶ୍ୟ ସେ ସମୟରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା।

ଆପଣ ଜାଣିଥିବେ ନିଶ୍ଚୟ ଯେ ‘ପବିତ୍ର ରିସ୍ତା’ ଧାରାବାହିକରେ ମାନବ-ଅର୍ଚ୍ଚନା ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ସୁଶାନ୍ତ ଓ ଅଙ୍କିତାଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା। ଦୀର୍ଘ ୬ ବର୍ଷ କାଳ ସେମାନେ ସାଥି ହୋଇ ରହିବା ପରେ ୨୦୧୬ ମସିହାରେ ଦୁହିଁଙ୍କର ବିଚ୍ଛେଦ ହୋଇଥିଲା।

ସୁଶାନ୍ତଙ୍କ ସାଇକାଟ୍ରିଷ୍ଟ୍‌ଙ୍କ କହିବା ମୁତାବକ, ସଂପର୍କ ଭାଙ୍ଗିଯିବାର ଏତେ ଦିନ ପରେ ବି ଅଙ୍କିତାଙ୍କୁ ଭୁଲିପାରିନଥିଲେ ସୁଶାନ୍ତ। ସେ ଅଙ୍କିତାଙ୍କ ସହ ସଂପର୍କ ଭାଙ୍ଗି ଦେଇଥିବାରୁ ଖୁବ୍ ପଶ୍ଚାତାପ କରୁଥିଲେ।

ସମ୍ବନ୍ଧିତ ଖବର