ସ୍ତୋସୁର-ଝାଙ୍ଗ୍‌ଙ୍କୁ ମହିଳା ଯୁଗଳ ଟ୍ରଫି

ମେଲ୍‌ବର୍ନ: ଅଷ୍ଟ୍ରେଲିଆର ସାମନ୍ଥା ସ୍ତୋସୁର ଓ ଚୀନ୍‌ର ସୁଆଇ ଝାଙ୍ଗ୍‌ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି କରାୟତ କରିଛନ୍ତି। ଏହି ‌ଯୋଡ଼ି ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାର ମହିଳା ଯୁଗଳ ମୁକାବିଲା ଜିତିଛନ୍ତି। ଶୁକ୍ରବାର ଫାଇନାଲ୍‌ରେ ଅଣମାନ୍ୟତା ସ୍ତୋସୁର-ଝାଙ୍ଗ୍‌ ଯୋଡ଼ି ଆରମ୍ଭରୁ ପ୍ରାଧାନ୍ୟ ବିସ୍ତାର କରି ସିଧାସଳଖ ସେଟ୍‌ ୬-୩ ଓ ୬-୪ରେ ଦ୍ବିତୀୟ ମାନ୍ୟତା ହଙ୍ଗେରିର ତିମିଆ ବାବୋସ୍‌ ଓ ଫ୍ରାନ୍‌ସର କ୍ରିଷ୍ଟିନା ମ୍ଲାଡେନୋଭା ଯୋଡ଼ିକୁ ପରାସ୍ତ କରିଥିଲେ। ୨୦୦୫ ୟୁଏସ୍‌ ଓପନ୍‌ ଏବଂ ୨୦୦୬ ଫ୍ରେଞ୍ଚ୍‌ ଓପନ୍‌ ଜିତିବା ପରେ ସ୍ତୋସୁରଙ୍କର ଏହା ଥିଲା ତୃତୀୟ ଗ୍ରାଣ୍ଡ୍‌ ସ୍ଲାମ୍‌ ଯୁଗଳ ଟ୍ରଫି। ଅନ୍ୟପକ୍ଷରେ ଝାଙ୍ଗ୍‌ ପ୍ରଥମ ଥର ମହିଳା ଯୁଗଳ ଟ୍ରଫି ହାତେଇଛନ୍ତି।

ସମ୍ବନ୍ଧିତ ଖବର