ସ୍ତୋସୁର-ସୁଆଇ ଜିତିଲେ ମହିଳା ଯୁଗଳ ଟ୍ରଫି

ଅଷ୍ଟ୍ରେଲିଆର ସାମନ୍ଥା ସ୍ତୋସୁର ଏବଂ ଚୀନ୍‌ର ଝାଙ୍ଗ ସୁଆଇ ୟୁଏସ୍‌ ଓପନ୍‌ ମହିଳା ଯୁଗଳ ଟ୍ରଫି କରାୟତ୍ତ କରିଛନ୍ତି। ରବିବାର କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ରେ ଅଭିଜ୍ଞା ଅଷ୍ଟ୍ରେଲିଆ-ଚୀନ୍‌ ‌ଯୋଡ଼ି ୬-୩, ୩-୬, ୬-୩ ସେଟ୍‌ରେ ଯୁବ ଆମେରିକା ଯୋଡ଼ି କୋକୋ ଗଫ୍‌ ଓ କାଟି ମ୍ୟାକ୍‌ନାଲିଙ୍କୁ ପରାସ୍ତ କରିଥିଲେ। ୧୪ ମାନ୍ୟତାପ୍ରାପ୍ତ ସ୍ତୋସୁର ଓ ସୁଆଇ ଏକାଠି ୨୦୧୯ରେ ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ (ଅଷ୍ଟ୍ରେଲିଆନ୍‌ ଓପନ୍‌) ଜିତିଥିଲେ। ଏଠାରେ ୧୬ ବର୍ଷ ତଳେ ଯୁଗଳ ଟ୍ରଫି ଜିତିଥିବା ୩୭ ବର୍ଷୀୟା ସ୍ତୋସୁରଙ୍କ ଏହା ଚତୁର୍ଥ ଗ୍ରାଣ୍ଡ ସ୍ଲାମ୍‌ ଯୁଗଳ ମୁକୁଟ ଏବଂ ସୁଆଇଙ୍କ ଦ୍ବିତୀୟ। ୧୯ ବର୍ଷୀୟା ମ୍ୟାକ୍‌ନାଲି ଓ ୧୭ ବର୍ଷୀୟା ଗଫ୍‌ଙ୍କ ପାଇଁ ଏହା ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ ଫାଇନାଲ୍‌ ଥିଲା।

ସମ୍ବନ୍ଧିତ ଖବର